www.samajalive.in
Sunday, November 16, 2025
15.1 C
Bhubaneswar

ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର, ଦେବଗିରି ପୀଠରେ ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଦେବଗିରି ପୀଠରେ ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାରରେ ଦିନ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।  ଜିଲା ଓ ରାଜ୍ୟର ପ୍ରସିଦ୍ଧ  ଶୈବ ପୀଠମାନଙ୍କ ମଧ୍ୟରୁ ଏହା ହେଉଛି ଅନ୍ୟତମ ଶୈବ ପୀଠ ।
ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାରରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ର ଅନେକ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ କଳାହାଣ୍ଡିଓ ବିଭିନ୍ନ ଜିଲା ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ଦେବଗିରି ସ୍ୱଟିକ ପଞ୍ଚମୁଖେଶ୍ୱର ମହାଦେବ ଙ୍କ ଦର୍ଶନକରିବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଓ ତଳ ଭାଗରେ ଭୋଜି ଭାତ କରି ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି ।  ଶିଵ ଦର୍ଶନ କରି ଫେରୁଥିବା ଭକ୍ତଙ୍କ ନିମନ୍ତେ କୌଣସି ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବା  ଓ  ମନ୍ଦିର ପରିଚାଳନା କମିଟି ଅନୁପସ୍ଥିତ ଥିବା ଯୋଗୁଁ ଟ୍ରାଫିକ ସମସ୍ୟା ରହିଛି ।ଲଣ୍ଡା ପାହାଡ଼ ଉପରେ ଭକ୍ତ ମାନେ ଲାମ୍ଭ ଧାଡିରେ ଠିଆ ହୋଇ  ରହିଛନ୍ତି ।
ପାହାଡ଼ର୫୫୪ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗ ଦର୍ଶନ କରିଥାନ୍ତି । ପାହାଡ଼ ଉପରେ ଛୋଟ ବଡ଼ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ।ଏଥି ମଧ୍ୟରୁ ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଧୋବା ଧୋବୁଣି ଓ ଗଙ୍ଗା ଯମୁନା, ନର୍ମଦା ଓ ସରସ୍ୱତୀ ନାମକ କୁଣ୍ଡ ଅନ୍ୟତମ ଅଟେ ।ପୂର୍ବ ପୁରୁଷ କହିବା ଅନୁଯାୟୀ ଗଙ୍ଗା ଯମୁନା କୁଣ୍ଡରେ ସ୍ନାନ କଲେ ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି ।ଶେଷ ସୋମବାରରେ ବ୍ଲକରେ ଥିବା ନାରାୟଣପୁର, କରପା, ସୁନାଖଣ୍ଡି, ଶିକରପାଇ,ସେରିଗୁମ୍ମା, ପୋଲମା ଓ କଲ୍ୟାଣସିଂହପୁର ସଦରରେ ଥିବା ଶିଵ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories