www.samajalive.in
Monday, December 8, 2025
27.1 C
Bhubaneswar

କୌଣସି ଅପରାଧୀକୁ ଘଣ୍ଟ ଘୋଡ଼ାଯିବ ନାହିଁ, ଏହା ପୂର୍ବ ସରକାରରେ ହେଉଥିଲା: ଆଇନ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜିର ସରକାରରେ କୌଣସି ଅପରାଧୀକୁ ଘଣ୍ଟ ଘୋଡ଼ାଯିବ ନାହିଁ, ଏହା ପୂର୍ବ ସରକାରରେ ହେଉଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ମହିଳାମାନଙ୍କ ସହିତ ହେଉଥିବା ଅପରାଧରେ କିଭଳି ଅଧିକ ଦଣ୍ଡ ବିଧାନ ହେବ, ସରକାର ସେ ନେଇ ନିଜେ ତଦାରଖ କରିବେ। ଅତୀତରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବଭାରତୀୟସ୍ତରରେ କମ୍ ରହିଛି। ଆଗାମୀ ଦିନରେ ସରାକର ଉଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିବାକୁ ଯାଉଛନ୍ତି। ରାଜ୍ୟରେ ୪ଟି ମହିଳା ସଂକ୍ରାନ୍ତୀୟ କୋର୍ଟ କରାଯିବ। ଫାଷ୍ଟ ଟ୍ରାକ କୋର୍ଟ କରାଯିବ, ଯେଉଁଥିରେ ମହିଳା ସଂକ୍ରାନ୍ତୀୟ ଅପରାଧ କେସ୍‌ଗୁଡ଼ିକର ବିଚାର କରାଯିବ। କେସ୍‌ଗୁଡ଼ିକର ଓକିଲ ମଧ୍ୟ ମହିଳା ରହିବେ, ଯେଉଁଥିରେ ପୀଡ଼ିତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories