କଲ୍ୟାଣସିଂହପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି । ଏ ଅବସରରେ ରାୟଗଡା ଜିଲା କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ,ବିଷମକଟକର ଯୁବ ସଭାପତି ନୀଳମାଧବ ଉଲ୍ଲକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ କଂଗ୍ରେସ ନେତା ଆପୁଲୁ ସ୍ୱାମୀ କୌଶଲ୍ୟା, ସମେତ ନିର୍ବାଚନରେ ପ୍ରାର୍ଥୀ ‘କ’ ଜୋନର ଜିଲାପରିଷଦ ସଦସ୍ୟ ଅଶ୍ୱିନୀ କୁମାର ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ଗୌତମ ବାର୍ଲି,ସମିତି ସଭ୍ୟା ସସ୍ମିତା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ଙ୍କ ଦ୍ଵାରା ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଚଳିତ ନିର୍ବାଚନରେ ବାଜିମାତ ନେଇ ସେ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ନେତା ସମେତ ୱାର୍ଡ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
Popular Categories



