କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତର ଢ଼େପାଗୁଡା ଗାଁର ପ୍ରାସ୍କା ବିଶ୍ୱନାଥ ନାମକ ଲୋକଙ୍କ ରୋଷେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଚାଷୀ ପରିବାର ହୋଇଥିବାରୁ ସକାଳୁ ରୋସେଇ କରି ବିଲକୁ ପରିବାର ସହ କାମ କରିବାକୁ ଯାଇଥିଲେ। ହଠାତ ନିଆଁ ଲାଗିବାରୁ ପଡୋଶୀ ଲୋକମାନେ ବିଶ୍ଵନାଥଙ୍କୁ ଖବର ଦେଇଥିଲେ। ଖବର ଶୁଣିବା ପରେ ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ରୋଷେଇ ଘରେ ଖାଉଟି ସାମଗ୍ରୀ ସହ ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି। ପଡୋଶୀ ଘରେ ମଧ୍ୟ ଆଂଶିକ ନିଆଁ ଲାଗିଥିବା ଜଣାପଡିଛି। ଏହି ପରିବାର ଗରିବ ଶ୍ରେଣୀରେ ହୋଇଥିବାରୁ ସରକାରଙ୍କ ସହାୟତା ଯୋଗେଇ ଦିଆଯାଉ ବୋଲି ପରିବାର ସହ ଗ୍ରାମବାସୀ ଦାବୀ କରିଛନ୍ତି।



