ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେମ୍ବାପଙ୍କା ଗ୍ରାମର ଚାଷ ଜମିରେ ଚାଷ କରୁଥିବା ବେଳେ ଅଚାନକ ଟ୍ରାକ୍ଟର ଓଲଟି ପଡିଥିଲା। ସେହି ଗ୍ରାମର ଟ୍ରାକ୍ଟର ଚାଳକ ରଞ୍ଜନ କୁମାର ନାୟକ (୨୮) ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳୁ ରଞ୍ଜନକୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତକାରୀ ପୁଲିସ ଏସଏଇ ଦିବାକର ପ୍ରଧାନ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ରହ୍ମପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲେ। ଟ୍ରାକ୍ଟରଟିକୁ ଥାନାରେ ଅଟକ ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
Popular Categories



