www.samajalive.in
Monday, December 8, 2025
20.1 C
Bhubaneswar

ଗଜପତି ଜିଲ୍ଲାପାଳଙ୍କ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ ଓ ଛେଳିଗଡ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ମୋହନା: ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରା. ଉଦୟଗରି ବ୍ଲକ ଓ ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଗସ୍ତରେ ଆସି ନିର୍ମାଣ ହେବାକୁ ଥିବା ଛେଳିଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା କାର୍ଯ୍ୟକାରୀ ହୋଇ ନ ଥିବା କାରଣ କଣ ତାର ଅନୁଧ୍ୟାନ କରିଥିଲେ। ଶିଆଳିଲଟି ପଞ୍ଚାୟତର କୂଆପଡା ଗ୍ରାମକୁ ଗସ୍ତ ବେଳେ ଅଞ୍ଚଳର ଲୋକେ ଜିଲ୍ଲାପାଳଙ୍କୁ ବାଜାବଜାଇ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ। ସେଠାରେ ନିର୍ମିତ ହେଉଥିବା ଟନେଲ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଉପସ୍ଥିତ ଥିବା ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କ ସହିତ ଆଲୋଚନା କରି କିଭଳି ଭାବେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନିଆଯିବା ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହ ଗ୍ରାମରେ ଗ୍ରାମସଭା କରି ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଏହି ଗସ୍ତ ସମୟରେ କୂଆଁପଡା ଗ୍ରାମର କିଛି ଅସହାୟ ମହିଳା ଓ ଯୁବକ/ ଯୁବତୀମାନେ ସରକାରୀ ସହାୟତା ଲାଗି ନିବେଦନ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀପଣ୍ଡା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତମ ବୌଦ୍ଧ ମନ୍ଦିର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କୁ ମନ୍ଦିର ପରିସର ମଧ୍ୟରେ ନିର୍ମାଣ ହୋଇଥିବା ପଦ୍ମସମ୍ଭ ବୋଟିଙ୍ଗ ପରିଦର୍ଶନ କରି ବହୁତ ଖୁସୀ ଅନୁଭବ କରିବା ସହ କୋଫି ଗୃହ ନିକଟରେ ଚାରା ରୋପଣ କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ମନ୍ଦିର ସଂପକିରେ ତଥ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକଙ୍କ ପ୍ରଶ୍ଵର ଉତ୍ତର ଦେବାକୁ ଯାଇ ଜିଲ୍ଲାପାଳ କହିଛନ୍ତି ଅଳ୍ପ ଦିନ ମଧ୍ୟରେ ପଞ୍ଚଆମ୍ବ ନିକଟରେ ନିର୍ମାଣ ହେଉଥିବା ପାନ୍ଥ ନିବାସ ଗୃହ ତୁରନ୍ତ ନିର୍ମାଣ କାମ ସମାପ୍ତ ହେବ, ଜିରାଙ୍ଗ ମନ୍ଦିର ପରିସରରେ ଜଳରୁ ବିଦ୍ୟୁତ ଉତ୍ପାଦନ ଗୃହକୁ ଉନ୍ନତିକରଣ କରାଯିବ। ଅଳ୍ପ ଦିନ ମଧ୍ୟରେ ବୋଟିଙ୍ଗ ମଧ୍ୟ ଚାଲୁ କରାଯିବ। ଏହା ସହ ଜିରାଙ୍ଗ ଏବଂ ଖସଡ଼ା ଜଳ ପ୍ରପାତକୁ ମଧ୍ୟ ଅଧିକ ଆକର୍ଷଣୀୟ କରିବା ସହ ଜିଲ୍ଲାର ବିକାଶ କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।

- Advertisement -

ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡିଡିଆରଡିଏ ଅନାମ ଚରଣ ପାତ୍ର, ପିଏଆଇଟିଡିଏ ସରୋଜ ବେହେରା, ବିଡିଓ ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ଅତିରିକ୍ତ ତହସିଲଦାର ଆଶିଷ୍ଟ କୁମାର ପ୍ରଧାନ,ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା,ବ୍ଲକ୍ ସହକାରୀ ନିବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ପିଇଓ ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories