www.samajalive.in
Tuesday, December 9, 2025
16.1 C
Bhubaneswar

ନାବାଳିକାକୁ ରାଉରକେଲାରୁ ଉଦ୍ଧାର କଲା ପୁଲିସ

ପିପିଲି:ପିପିଲି ଥାନା ଅନ୍ତର୍ଗତ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳର ଜଣେ ୧୧ବର୍ଷିୟା ନାବାଳିକାକୁ ଅନ୍ୟଜଣେ ମହିଳା କେଉଁଆଡେ ନେଇ ଚାଲିଯାଇଥିବା ସଂପର୍କରେ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଉକ୍ତ ନାବାଳିକାକୁ ରାଉରକେଲା ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହୋଇଛି।
ସୂଚନା ଅନୁଯାଇ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରେ ଇଟାଭାଟିରେ କାର୍ଯ୍ୟ କରୁଥିବା ଜଣେ ମହିଳା ସେହି ଅଞ୍ଚଳର ଜଣେ ୧୧ବର୍ଷିୟା ନାବାଳିକାକୁ ଗତ ୨୦ ତାରିଖରେ କେଉଁଆଡେ ନେଇ ଚାଲିଯାଇଥିବା ସଂପର୍କରେ ନାବାଳିକାର ମାଆ ଗତ ୨୪ ତାରିଖରେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା। ଆଇଆଇସି ଅଭିମନ୍ୟୁ ନାୟକ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ରଶ୍ମିରଞ୍ଜନ ପୃଷ୍ଟି ପ୍ରମୁଖ ବିଭିନ୍ନ ସୂତ୍ରରୁ ଖବର ନେଇ ଉକ୍ତ ନାବାଳିକାକୁ ରାଉରକେଲା ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories