www.samajalive.in
Tuesday, December 9, 2025
23.1 C
Bhubaneswar

ମୋ ପୋଖରୀ ଯୋଜନାରେ ଅର୍ଥ ହଡପ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କୁ ପିପିଳିଆ ପଞ୍ଚାୟତରେ ଜେରା

ପାଟଣା: ଘଟଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୋ ପୋଖରୀ ଯୋଜନାରେ ବ୍ୟାପକ ଜାଲିଆତି କରାଯିବା ସହ ସରକାରୀ ଅର୍ଥ ହଡପ କରାଯାଇଥିବା ଜଳ ଜଳ ହୋଇ ଦେଖା ଗଲାଣି। ଏହି ବ୍ଲକର ଲକ୍ଷ୍ମୀପଶି ଗ୍ରାମର ଜଣେ ବିଧବା ମହିଳାଙ୍କ ନାମରେ ଆସିଥିବା ପୋଖରୀ ନଖୋଳି ଅର୍ଥ ହଡପ ଅଭିଯୋଗ ହେବାପରେ ତାଙ୍କର ରାତି ଅଧିଆ ପୋଖରୀ ଖୋଳା ଚାଲିଛି। ସେହିପରି ଏହି ଯୋଜନାରେ ପିପିଳିଆ ପଞ୍ଚାୟତରେ ୨୦ରୁ ଉର୍ଦ୍ଧ ହିତାଧିକାରୀ ଙ୍କ ପୋଖରୀ ଖୋଳା ଯିବାକୁ ଥିବାବେଳେ କିଛି ହିତାଧିକାରୀଙ୍କ ପୋଖରୀକୁ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଅଳ୍ପ ଅଳ୍ପ ଖୋଳି ଦେଇ ଧାର୍ଯ୍ୟ ଅର୍ଥ ଠାରୁ ଅଧିକ ଟଙ୍କା ଉଠାଇ ନେଇଥିବା ନେଇ ଥିବା ସହ ଆଜି କିଛି ହିତାଧିକାରୀ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କନିଷ୍ଠ ଯନ୍ତ୍ରୀ ଙ୍କୁ ପିପିଳିଆ ପଞ୍ଚାୟତକୁ ଡକାଇ ସରପଞ୍ଚଙ୍କ ଉପସ୍ଥିତି ରେ ଜେରା କରିବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ଭୁଲ ମାନିବା ସହ ଡିସେମ୍ବର ୨୦୨୧ ସୁଦ୍ଧା କାମ ସାରିଦେବେ ବୋଲି ପଞ୍ଚାୟତ ରେ ଏକ ଚୁକ୍ତିନାମା କରିଥିବା ଜଣାପଡିଛି।

ଘଟଗାଁ ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଶହ ଶହ ମୋ ପୋଖରୀ ଖୋଳା କାର୍ଯ୍ୟରେ ବ୍ୟାପକ ଅନିୟମିତତା କାରଣରୁ ସରକାରୀ ଲକ୍ଷ ବ୍ୟାହତ ହେବା ସହ ଅସାଧୁ ଅଧିକାରୀ ଓ ଠିକାଦାର ମାଲେ ମାଲ ହେଉଥିବାରୁ ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories