www.samajalive.in
Saturday, December 6, 2025
16.1 C
Bhubaneswar

କର୍କଟରେ ପୀଡ଼ିତ ଏଙ୍କେଟେଶ୍ୱର; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଦେବଗିର ସାହିର ପ୍ରିପେକା ଦିନବନ୍ଧୁଙ୍କ ପୁଅ ପ୍ରିପେକା ଏଙ୍କେଟେଶ୍ୱର ପ୍ରାୟ ଚାରି ମାସ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ଏହି ଅସହାୟ ଗରିବ ପରିବାର ପୁଅର ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ସରକାରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କରୁଛନ୍ତି ବାପା ମାଆ। ଏଙ୍କେଟେଶ୍ୱର ଲୁହା ଗ୍ୟାରେଜରେ କାମ କରି ସେଥିରୁ କିଛି ପଇସା ମିଳିଲେ ବାପା ମାଆ ଓ ଭାଇ ଭଉଣୀଙ୍କୁ ନେଇ ପରିବାର ଭରଣ ପୋଷଣ କରି ଘର ଚଳାଇ ଆସୁଥିଲେ। କିନ୍ତୁ ହଠାତ ଦେହ ଧିରେଧିରେ ଅସୁସ୍ଥ ହେବାରେ ଲାଗିଲା। ଦେହ ଅସୁସ୍ଥ ହେବାର ଦେଖି ପରିବାର ଲୋକେ ରାୟଗଡ଼ା ମେଡିକାଲକୁ ନେଇ ଦେଖାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇବା ପରେ କର୍କଟ ରୋଗ ବୋଲି ଜଣାପଡ଼ିଲା। ଏହାପରେ ପୁରା ପରିବାର ଭାଙ୍ଗି ପଡ଼ିଥିଲେ। ସେ ରୋଜଗାର କରି ଆଣିଲେ ପରିବାର ଚଳି ଆସୁଥିଲା, ଆଜି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିବା ଦେଖି ଏହି ଗରିବ ବାପା ମାଆ ପୁଅର କେମିତି ଚିକିତ୍ସା କରିବେ ତାକୁ ନେଇ ଚିନ୍ତାରେ।

ବାପା ମାଆ ସାହି ପଡ଼ିଶା ଲୋକଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ଜେମ୍ସ କ୍ୟାନସର ହସ୍ପିଟାଲକୁ ନେଇଥିଲେ। ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା କାର୍ଡ ଜରିଆରେ ଅପେରସନ କରାଯାଇଥିଲ। ଅପେରସନ କରିବାର କିଛି ଦିନ ପରେ ଦିଗହରା ହୋଇ ଆର୍ଥିକ ସମ୍ବଳ ନ ଥିବାରୁ ଘରକୁ ଫେରି ଆସିଥିଲେ। ପୁଅର ଅଧିକ ଚିକିତ୍ସା କେମିତି ହୋଇପାରିବ ତାକୁ ନେଇ ସରକାରଙ୍କ ନିକଟରେ ଆର୍ଥିକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଏହି ଗରିବ ବାପା ମାଆ ଗୁହାରି କରିଛନ୍ତି। ଏହି ଗରିବ ଅସହାୟ ପରିବାର ଝାଟି ମାଟି କୁଡ଼ିଆ ପଲିଥିନ ତଳେ ଜୀବନ ବିତାଉଥିବାବେଳେ କ’ଣ ଖାଇବେ, କେମିତି ବଞ୍ଚିବେ, ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି। ଏବେ ପୁଅକୁ ନେଇ ଚିନ୍ତାରେ ପରିବାର। ଏହି ପରିବାର ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଖଣ୍ଡିଏ ଆବାସ ଘର ପାଇଁ ବାରମ୍ବାର ଦ୍ୱାରସ୍ଥ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନାରୁ ବାଦ୍ ପଡୁଛନ୍ତି। ସରକାର ଗରିବ ଖଟିଖିଆଙ୍କ ପାଇଁ ଆବାସ ଯୋଜନା ଘର ଯୋଗାଇ ଦେବା ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଛନ୍ତି। ଏହି ପରିବାର ଦୀର୍ଘ ବର୍ଷ ହେଲାଣି ସରକାରଙ୍କ ନିକଟରେ ଅଭିଯୋଗ ଜଣାଇଲେ ମଧ୍ୟ ଏପର୍ଯ୍ୟନ୍ତ ଆବାସ ଯୋଜନାରେ ତାଲିକାଭୁକ୍ତ ହେଇପାରୁନାହାନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories