ଦେବଗିରି ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ଦେବଗିରି ମହାଶିବରାତ୍ରିରେ ପଞ୍ଚମୁଖୀ ସ୍ୱଟିକ ଲିଙ୍ଗ ଦର୍ଶନ କରିବା ପାଇଁ ଆସିଥିବା ଭକ୍ତ ପାହାଡ଼ ଚଢ଼ୁଥିବା ବେଳେ ଅଘଟଣ ଘଟିଛି ।
କାଶୀପୁର ବ୍ଲକ ଯୋଡ଼ାମ୍ବ ଗ୍ରାମର ପରିବାର ୪ଜଣ ଡିଲନ୍ତ ଗୌଡ଼, ଲଳିତା ଗୌଡ଼, କକିଲା ଗୌଡ଼, କପିଳ ଗୌଡ଼ ,ତ୍ରିକାନ୍ତ ଗୌଡ଼ ମିଶି ଦେବଗିରି ଶିବ ଦର୍ଶନ ପାଇଁ ଆସିଥିଲେ । ସେହିମାନଙ୍କ ମଧ୍ୟରୁ ତ୍ରିକାନ୍ତ ଗୌଡ଼ (୨୫) ଫୋନରେ କଥା ହୋଇ ଅସାବଧାନତାରେ ପାହାଡ଼ ଚଢ଼ୁ ଥିବା ବେଳେ ଖସି ପଡ଼ିଥିଲେ ।ଦେବଗିରି ଯାତ୍ରା ପଡ଼ିଆରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ପ୍ରଥମେ ଚିକିତ୍ସା କରାଯିବା ପରେ ସେ ଗୁରୁତର ହୋଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଗାଡ଼ିରେ ସାଥି ଭାଇମାନେ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତ କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ଚିନ୍ମୟ ଲିମାଙ୍କୁ ପଚାରିବାରୁ ଏଠାକୁ ଆସିବା ପରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି । ଉକ୍ତ ଖବର ପାଇ ପୁଲିସ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ,ଏସ ଆଇ ଶିବ ପ୍ରସାଦ ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଚଲାଛନ୍ତି।
Comments are closed.