www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକସ୍ତରୀୟ ମିଶନ ଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବ୍ଲକସ୍ତରୀୟ ମିଶନ ଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ ହୋଇଛି। ବିଡିଓ ସୁନୀଲ ଖରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ସ୍କୁଟି ଯୋଜନାକୁ ଶୁଭାରମ୍ଭ କରିଛନ୍ତି। ସିଡିପିଓ ମମତା ରାଣୀ ଦାସ, ଏଲଡିଏମ ଭବ ଚରଣ ମିଶ୍ର, କଲ୍ୟାଣସିଂହପୁର ବ୍ୟାଙ୍କ ଶାଖା ପରିଚାଳକ ମନୋଜ ବେହେରା, ମିନି ବ୍ୟାଙ୍କ ପରିଚାଳକ ତାରିଣୀ ତ୍ରିପାଠୀ, ବିପିଏମ ଏମ ଏଫ କାରୀମ, ବ୍ୟାଙ୍କ ମିତ୍ର, କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଇସି ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ବ୍ଲକରେ ୧୨୩ ଜଣ କର୍ମୀଙ୍କ ପାଇଁ ସ୍କୁଟି ଋଣ ଆକାରରେ ନେବା ପାଇଁ ଆବେଦନ କରିଥିବା ବେଳେ ବର୍ତ୍ତମାନ ୮ଟି ସ୍କୁଟି ଆସିଥିବାରୁ ତାହାକୁ ବ୍ୟାଙ୍କ ମିତ୍ର, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଓ ଇସି ସଦସ୍ୟଙ୍କୁ ଦିଆଯାଇଛି। ଏହି ମହିଳାମାନଙ୍କଠାରୁ କୌଣସି ସୁଧ ନନେଇ କେବଳ ଗାଡିର ମୂଲ୍ୟ ହିସାବରେ ଦିଆଯାଉଛି। ମହିଳାଙ୍କ ଅଗ୍ରାଧିକାର ଦେବା ସହ ସ୍ୱାବଲମ୍ବୀ କରାଇବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତିର ଶୁଭାରମ୍ଭ କରିଥିବା ବେଳେ ଅନେକ ଯୋଜନା ମାଧ୍ୟମରେ ମହିଳା ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଓଏଲଏମର କର୍ମୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମୁଲି ପରିଚାଳନା କରିଥିବା ବେଳେ ବିନା ସୁଧରେ ସ୍କୁଟି ନେଇଥିବା ମହିଳାମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories