www.samajalive.in
Saturday, December 6, 2025
26.1 C
Bhubaneswar

ପାହାଡ଼ରୁ  ପଥର ଓ ମାଟିଅତଡା ଧସି ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ବୁଡୁଣି ଯିବା ରାସ୍ତାରେ ପାହାଡ଼ରୁ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ହେବାରୁ  ନାରିଙ୍ଗିତୋଳା ଠାରୁ ବୁଡୁଣି ଯିବା କଲରା ଘାଟି ରାସ୍ତାର ବୁଲାଣି ଉପର ପାର୍ଶ୍ୱରେ ଥିବା ପାହାଡ଼ରୁ ମାଟି ଓ ବଡ ପଥର ୨ ଖଣ୍ଡ ପଡି ରାସ୍ତା ଅବରୋଧ ହୋଇଛି। ଏହି ଅଞ୍ଚଳରେ ଡଙ୍ଗରିଆମାନେ ବସବାସ କରୁଛନ୍ତି। ଏହି ରାସ୍ତା ଦେଇ ନିୟମଗିରି ପାହାଡର ବିଭିନ୍ନ ଗାଁକୁ ଦୁଇ ଓ ଚାରି ଚକିଆ ଯାନ ଯାତାୟାତ କରୁଛି। କେତେବେଳେ ଉକ୍ତ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ସୃଷ୍ଟି ହେଉଛି। ଏହାକୁ ତୁରନ୍ତ ରାସ୍ତାରୁ ବାହାର କରିବା ପାଇଁ ଦାବି ହେଉଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories