କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଦୁଲଦୁଲିଗୁଡା ନିକଟସ୍ଥ ରାସ୍ତାରେ ବିରାଟ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।
ଦୁଲଦୁଲିଗୁଡା ଠାରୁ କେନ୍ଦୁଗୁଡା ଗାଁକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା ପାର୍ଶ୍ୱରେ ଥିବା ପୁରୁଣା ଆମ୍ବ ଗଛ ବର୍ଷା ପବନ ନଥାଇ ଗଛ ପଡି ରାସ୍ତା ଅବରୋଧ ହୋଇଛି ।ଏହାକୁ ନେଇ ଅଞ୍ଚଳ ବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ଦେଇ ଚାଲି ଯାଇଥିଲେ ।ରାସ୍ତାରୁ ଗଛ ହଟାଇବାକୁ ହେଲେ ଜେସିବି ର ଆବଶ୍ୟକତା ରହିଛି ବୋଲି ଅଞ୍ଚଳର ଲକ୍ଷ୍ମୀ ନାରାୟଣ ପୂଜାରୀ, ଗଣାପତି ପୂଜାରୀ, ସୁରେସନ ପାତ୍ର,ଏ ନଗରାଜୁ ସମେତ ଅଞ୍ଚଳ ବାସୀ କହିଛନ୍ତି । ଉକ୍ତ ରାସ୍ତାରେ ଜାତାୟତରେ ବାଧା ସୃଷ୍ଟି ହେଉଛି । ଏଣୁ ତୁରନ୍ତ ଏହାକୁ ରାସ୍ତାରୁ ବାହାର କରିବା ପାଇଁ ଦାବି ହୋଇଛି।
ଗଛ ପଡି ରାସ୍ତା ଅବରୋଧ
Popular Categories



