www.samajalive.in
Sunday, December 7, 2025
26.1 C
Bhubaneswar

ଆଫଗାନିସ୍ତାନରେ ଆବଶ୍ୟକ ସ୍ଥଳେ ଡ୍ରୋନରୁ ଆକ୍ରମଣ ହେବ: ପେଣ୍ଟାଗନ

ୱାଶିଂଟନ: ଆମେରିକା ତାହାର ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେବା ସହିତ ସେଠାରେ ଚଳାଇଥିବା ତାହାର ୨୦ ବର୍ଷର ସାମରିକ ଅଭିଯାନରେ ପରିସମାପ୍ତି ଘଟାଇଛି। ତେବେ ଆତଙ୍କବାଦ ବିରୁଦ୍ଧରେ ଏହାର ଲଢେଇ ବନ୍ଦ ହୋଇନାହିଁ। ଆବଶ୍ୟକ ପଡିଲେ ଆଫଗାନିସ୍ତାନରେ ଏହା ଡ୍ରୋନ ସହାୟତାରେ ଆକ୍ରମଣ କରିବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ପେଣ୍ଟାଗନ ମୁଖପାତ୍ର ଜନ କିର୍ବି ବୁଧବାର ଦିନ କହିଛନ୍ତି ଯେ ତାଙ୍କ ଦେଶ ଇସଲାମିକ ଷ୍ଟେଟ-ଖୋରାସାନ ପ୍ରଦେଶ (ଆଇଏସଆଇଏସ-କେ) ଏବଂ ଅନ୍ୟ ଆତଙ୍କି ଗୋଷ୍ଠୀଙ୍କ ବିରୁଦ୍ଧରେ ଆଫଗାନିସ୍ତାନ ସୀମା ମଧ୍ୟେରେ ଡ୍ରୋନ ଆକ୍ରମଣ ଜାରି ରଖିବ। ନିଜର ରାଷ୍ଟ୍ରୀୟ ନିରାପତ୍ତା ଏବଂ ସ୍ୱାର୍ଥକୁ ସୁରକ୍ଷିତ ରଖିବାର ଅଧିକାର ଓ ସାମର୍ଥ୍ୟ ଆମେରିକାର ରହିଛି। ଭବିଷ୍ୟତ ସମ୍ପର୍କରେ ଏବେଠାରୁ କିଛି ଅନୁମାନ ନଲଗାଇ ଆମେରିକା ସେହି ସାମର୍ଥ୍ୟକୁ ଆବଶ୍ୟକ ସ୍ଥଳେ ଉପଯୋଗ କରିବ।

- Advertisement -

ଏହା ପୂର୍ବରୁ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଇଏସଆଇଏସ-କେ କୁ ଚେତାବନୀ ଦେଇ କହିଥିଲେ, ଆମେରିକା ଏପର୍ଯ୍ୟନ୍ତ ତାକୁ ନେଇ କିଛି ଅଭିଯାନ ଆରମ୍ଭ କରିନାହିଁ। ଯେଉଁମାନେ ଆମେରିକାର କ୍ଷତି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଖୋଜି ଖୋଜି ଆମେରିକା ନିପାତ କରିବ ଏବଂ ସେମାନଙ୍କୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସୂଚନାଯୋଗ୍ୟ ଯେ ଆମେରିକା ସୈନ୍ୟମାନେ ଆଫଗାନିସ୍ତାନ ଛାଡିବା ପୂର୍ବରୁ ଅଗଷ୍ଟ ୨୬ ତାରିଖରେ କାବୁଲ ବିମାନବନ୍ଦର ବାହାରେ ଆଇଏସଆଇଏସ-କେ ଆତଙ୍କିଙ୍କ ପରକୁ ପର ଆତ୍ମଘାତୀ ବିସ୍ଫୋରଣରେ ଆମେରିକାର ୧୩ ସୈନ୍ୟଙ୍କ ସମେତ ୧୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୫୦ରୁ ଅଧିକ ଆହତ ହୋଇଥିଲେ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories