କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ( ବୋର ୱାଲ୍) ଅଛି କିନ୍ତୁ କାମରେ ଆସୁନି, ନଳ କୂପ ମଧ୍ୟ ସେ ଅବସ୍ଥାରେ ରହିଛି। ଯାହା ଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଗାଁରେ ପ୍ରାୟ ୧୮୦ଘର ରହିଥିବା ବେଳେ ୬୫୦ ଜନସଂଖ୍ୟା ରହିଛି ।ଏଠାରେ ନଳ କୂପ ସହ ବୋର ୱାଲ୍ ରହିଛି । କିନ୍ତୁ ପାଣି ବାହାରିବା କଷ୍ଟ କର ହୋଇଯାଇଛି ।
ଗାଁ ଦେଇ ଯାଇଥିବା( ବାଟିଆ) କେନାଲରୁ ପାଣି ନେଇ ଘରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟାକୁ ନେଇ ପଞ୍ଚାୟତର ସରପଞ୍ଚ ,ଗ୍ରାମ ସେବକ, ବିଡିଓ, ନେତାଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କେହି ହେଲେ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି । ଯଦି ଆଗାମୀ ଦିନରେ ସୁଧ ପାନୀୟ ଜଳ ନ ମିଳିଲେ ନାରାୟଣପୁର ଗ୍ରାମର ମହିଳା ମାନେ କଲ୍ୟାସିଂହପୁର ବ୍ଲକ ସାମ୍ନାରେ ହାଣ୍ଡି ମାଠିଆ ନେଇ ବସିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ମିଣୀୟକା ଏଲାମା,ମହାନନ୍ଦିଆ ରେବତୀ, କାଡ୍ର।କା , ବିଡ଼ିକା ଦୂର କହିଛନ୍ତି ।ଏହି ବିଷୟରେ ସ୍ଥାନୀୟ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ କହିଥିଲେ ଯେଉଁ ଗାଁରେ ପାଣିର ସମସ୍ୟା ରୁହେ ସେ ଗାଁକୁ ଯଥା ଶୀଘ୍ର ଟେଙ୍କର୍ ରେ ପାଣି ବ୍ୟବସ୍ଥା କରି ଦିଆଯିବ ।