www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ବାଦିକା ହେଲେ କାଲ୍‌କୀ

ମୁମ୍ବଇ : କଳାତ୍ମକ ଚଳଚ୍ଚିତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଅଭିନେତ୍ରୀ କାଲ୍‌କୀ କୋଚେନ୍ ଅନ୍ୟ ବିଚାରଭିତ୍ତିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରନ୍ତି। ଆଗାମୀ ଚଳଚ୍ଚିତ୍ର ‘ହାତୀ ମେରେ ସାଥି’ରେ ନିଜ ଚରିତ୍ରକୁ ନେଇ ସେ ଖୁବ୍ ଉତ୍ସାହିତ। ଏଥିରେ ତାଙ୍କ ସହ-କଳାକାର ଭାବେ ରାଣା ଡଗୁବତୀ ଦେଖାଦେବେ। କାଲ୍‌କୀ ଏଥିରେ ଜଣେ ସାମ୍ବାଦିକା ଭୂମିକାରେ ଅବତୀର୍ଣ୍ଣ। ଅଭିନୟ ପୂର୍ବରୁ ଦିଲ୍ଲୀ ଓ ମୁମ୍ବଇର ଅନେକ ସାମ୍ବାଦିକଙ୍କ ସହ କାଲ୍‌କୀ ବାର୍ତ୍ତାଳାପ କରିଥିଲେ। ଏଇ କାମ କେତେ ଚ୍ୟାଲେଞ୍ଜିଂ ତାହା ଅଭିନୟ କରିବା ପରେ ହିଁ ସେ ଜାଣିପାରିଥିଲେ। ଚଳଚ୍ଚିତ୍ରରେ ସେ ଜଣେ ଯୁବ ସାମ୍ବାଦିକା ଭୂମିକାରେ ଦେଖାଦେବାବେଳେ ନିଜ ସମ୍ପାଦକଙ୍କ ବିନା ଅନୁମତିରେ ଏକ ସତ୍ୟ ଘଟଣା ଖବରକାଗଜରେ ଉନ୍ମୋଚନ କରିବାକୁ ପଛାଇନାହାନ୍ତି। ମିଳିଥିବା ଖବର ଅନୁସାରେ, କାଲ୍‌କୀଙ୍କୁ ହଲିଉଡରୁ ମଧ୍ୟ ସୁଯୋଗ ଆସିଥିଲା କିନ୍ତୁ ସେ ହିନ୍ଦୀ ସିନେଜଗତରେ ହିଁ ନିଜ ସ୍ଥିତିକୁ ନେଇ ସନ୍ତୁଷ୍ଟ ଅଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories