www.samajalive.in
Monday, December 8, 2025
27.1 C
Bhubaneswar

୧୯୭୫: ୩ୟ ସଂସ୍କରଣରେ ଭାରତ ଚମ୍ପିଆନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ନବିକୃତ ହକି ଷ୍ଟାଡ଼ିୟମରେ ଆଉ ମାତ୍ର ୪୩ ଦିନ ପରେ ଆରମ୍ଭ ହେବ ହକି ମହାକୁମ୍ଭ। ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଟାଇଟଲ ହାସଲ ନେଇ ଚାଲିଛି ୧୬ ଦେଶର ପ୍ରସ୍ତୁତି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୨୫ଟି ଦେଶ ଅଂଶଗ୍ରହଣ କରିଥିବାବେଳେ ୫ଟି ଦେଶ ବିଶ୍ୱକପ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ୧୪ଶ ସଂସ୍କରଣ ପୂର୍ବରୁ ୧୯୭୫ ତୃତୀୟ ସଂସ୍କରଣକୁ ନେଇ ଆଲୋକପାତ।
ମାଲେସିଆର ରାଜଧାନୀ କ୍ୱାଲାମ୍ପାପୁର ମେଡ୍ରିକା ଷ୍ଟାଡ଼ିୟମରେ ୧୯୭୫ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପର ତୃତୀୟ ସଂସ୍କରଣ ଖେଳାଯାଇଥିଲା। ଏଥିରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଭାରତ ୨-୧ ଗୋଲରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା। ମ୍ୟାଚରେ ସୁରଜିତ ସିଂହ ୪୪ ଓ ଅଶୋକ କୁମାର ୫୧ତମ ମିନିଟ୍‍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାବେଳେ ପାକିସ୍ତାନ ପକ୍ଷରୁ ମହମ୍ମଦ ଜାହିଦ ୧୭ତମ ମିନିଟ୍‍ରେ ଗୋଟିଏ ଗୋଲ ଦେଇଥିଲେ। ପ୍ରଥମ ସଂସ୍କରଣରେ ତୃତୀୟ ଓ ଦ୍ୱିତୀୟ ସଂସ୍କରଣରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭାରତ ତୃତୀୟ ସଂସ୍କରଣରେ ନୂଆ ଉତ୍ସାହର ସହିତ ଖେଳିଥିଲା। ଭାରତ ପୁଲ- ବି ରେ ଜର୍ମାନୀ, ଇଂଲଣ୍ଡ, ଅଷ୍ଟ୍ରେଲିଆ ,ଆର୍ଜେଣ୍ଟିନା ଓ ଘାନା ସହିତ ସ୍ଥାନ ପାଇଥିଲା। ଭାରତ ଲିଗ୍‍ ପର୍ଯ୍ୟାୟରେ ୨-୧ ରେ ଇଂଲଣ୍ଡକୁ, ୭-୦ ରେ ଘାନାକୁ , ୩-୧ରେ ପଶ୍ଚିମ ଜର୍ମାନୀକୁ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ ସହିତ ୧-୧ ବାରବର ରଖିଥିଲା। ଆର୍ଜେଣ୍ଟିନା ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ୧୦ ପଏଣ୍ଟ ସହ ଗ୍ରୁପ- ବି ଶୀର୍ଷ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲରେ ୩-୨ ଗୋଲରେ ମାଲେସିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ପୁଲ-ଏ ରେ ସ୍ଥାନ ପାଇଥିବା ପାକିସ୍ତାନ ମଧ୍ୟ ପୁରୁଷ ହକି ବିଶ୍ୱକପରେ ଥରେ ମାତ୍ର ଚମ୍ପିଆନ ହୋଇଥିବା ବେଳେ ଘରୋଇ ପଡ଼ିଆରେ ୨ୟ ଥର ଟାଇଟଲ ହାସଲ କରିବା ନେଇ ଲକ୍ଷ୍ୟରଖିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories