www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀଶ୍ରୀ ରଘୁନାଥ ଦେବଙ୍କର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ କଳସଯାତ୍ରା

ବାଙ୍କୀ: ବାଙ୍କୀ ଏନଏସି ଅନ୍ତର୍ଗତ ରଣପୁର ଗ୍ରାମ ସ୍ଥିତ ରଘୁନାଥ ଦେବଙ୍କ ବିଜେସ୍ଥଳୀରେ ମନ୍ଦିରର ବାର୍ଷିକ ଉତ୍ସବ ବୁଧବାର ବୈଦିକ ବିଧି ବିଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳେ ମହାନଦୀ ରେଣୁକା ଘାଟରୁ ଶତାଧିକ ଭକ୍ତ ପୂର୍ଣ୍ଣ କଳସ ଜଳ ଧରି ରଘୁନାଥ ଦେବଙ୍କ ମନ୍ଦିର ପରିସରରେ ପହଞ୍ଚିଲା ପରେ ଯଜ୍ଞାଦି କାର୍ଯ୍ୟ ଆରମ୍ଭ ହୋଇଥିଲା। ସକାଳ ୧୦ଘଟିକା ମଧ୍ୟରେ ରେଣୁକା ଘାଟରୁ ଏହି ଆଧ୍ୟାତ୍ମିକ ଜଳଯାତ୍ରା ଓ ଅଖଣ୍ଡ ଦୀପ ପ୍ରଜ୍ୱଳନରେ ଭକ୍ତ ମାନେ ସାମିଲ ହୋଇଥିଲେ। ନିରାଡମ୍ବର କଳସଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକତାର ସହ ସମ୍ପର୍ଣ୍ଣ ହୋଇ ଅପରାହ୍ନରେ ପ୍ରତିଷ୍ଠା କାର୍ଯ୍ୟ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସମାପନ ହୋଇଛି। ରଘୁନାଥ ଦେବଙ୍କର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିବା ଜଣାପଡିଛି। ପ୍ରାତଃ ୬ଘଟିକା ସମୟରେ ମା’ ଚର୍ଚ୍ଚିକାଙ୍କ ଆଜ୍ଞାମାଳ ଅଣାଯାଇ କାର୍ଯ୍ୟବିଧି ଆରମ୍ଭ ହୋଇଥିଲା।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories