www.samajalive.in
Wednesday, December 10, 2025
18.1 C
Bhubaneswar

ଆସ ବୁଲି ଯିବା ପଟ୍ଟଚିତ୍ରର ଏନ୍ତୁଡିଶାଳ ‘କେନ୍ଦୁପଲ୍ଲୀ ଗ୍ରାମ’

କଳାପଥର (ବାଙ୍କୀ) :ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା  ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ଏକ ପଟ୍ଟଚିତ୍ର ଶିଳ୍ପର ଐତିହ୍ୟପୂର୍ଣ୍ଣ ଏନ୍ତୁଡିଶାଳ ଗ୍ରାମ ଭାବେ ପରିଚିତ। ଏହି ଗ୍ରାମରେ ଆଜକୁ ୪ଦଶନ୍ଧି ତଳେ ନୀଳକଣ୍ଠ ସାହୁ ତିଆରି କରିବା ସହିତ ଗ୍ରାମର ବହୁ ଯୁବକଯୁବତୀମାନଙ୍କୁ ପଟ୍ଟଚିତ୍ର ଶିକ୍ଷା ଦେଇ ସେମାନଙ୍କର ସ୍ୱରୋଜଗାରର ପନ୍ଥା ଅପଣାଇଥିଲେ। ଶ୍ରୀ ସାହୁଙ୍କ ପଟ୍ଟଶିଷ୍ୟ ସ୍ଵର୍ଣ୍ଣଲତା ସାହୁ ଓ ତରୁଲତା ସାହୁ ସମ୍ପ୍ରତି ଗ୍ରାମରେ ପଟ୍ଟଚିତ୍ର ତାଲିମ୍‌କେନ୍ଦ୍ର ଖୋଲି ଗ୍ରାମର ବେକାର ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ହାତତିଆରି ପଟ୍ଟଚିତ୍ରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ବିକ୍ରି ନିମନ୍ତେ ପଠାଉଛନ୍ତି।
ତରୁଲତା ସାହୁଙ୍କ ଦ୍ୱାରା ପରିଚାଳିତ ଜୟ ମା’ମଙ୍ଗଳା ପଟ୍ଟଚିତ୍ର ତାଲିମ୍‌କେନ୍ଦ୍ରରେ ବର୍ତ୍ତମାନ ୩୦ଜଣରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ତାଲିମ୍ ନେଉଛନ୍ତି। ପଟ୍ଟଚିତ୍ରର ପ୍ରସାର ପ୍ରଚାର ଓ ସଚେତନତା ପାଇଁ ଏକ ଆଲୋଚନା ଚକ୍ର ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ତଥା ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପଟ୍ଟଚିତ୍ର ଶିଳ୍ପକୁ  ଆନ୍ତର୍ଜାତିକ ସ୍ତରରେ କିପରି ପ୍ରସାର ପ୍ରଚାର ହୋଇ ଜନପ୍ରିୟ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥବଲେ।
ଏଥି ସହିତ ଏଠାରୁ ତିଆରି ହୋଇଥିବା ବିଭିନ୍ନ କଳାକୃତି ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି ହୋଇ ପାରିବ ଏବଂ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା କିପରି ତାଲିମ୍ ଦିଆଯାଇ ପାରିବ ସେ ସଂପର୍କରେ କହିଥିଲେ।
କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଧନଞ୍ଜୟ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପଟ୍ଟଚିତ୍ର କେନ୍ଦ୍ରର ନିର୍ଦ୍ଦେଶିକା ତରୁଲତା ସାହୁ ଧନ୍ୟବାଦ ଦେବା ସହ ପଟ୍ଟଚିତ୍ର ଶିଳ୍ପକୁ ସୁଦୃଢ଼ କିପରି କରାଯିବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପଟ୍ଟଚିତ୍ର କେନ୍ଦ୍ରର କର୍ମକର୍ତ୍ତା ଓ ଶିଳ୍ପିମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories