www.samajalive.in
Monday, December 8, 2025
24.1 C
Bhubaneswar

ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଘର: ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ, ମିଳୁନି ସରକାରୀ ସହାୟତା

କଳାପଥର:ଜନସାଧାରଣ ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରୁଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ପ୍ରତ୍ୟେକ ଅସହାୟ ଏବଂ ଗରିବ ପରିବାରଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉନଥିବା ଦେଖାଯାଇଛି। ମୁଣ୍ଡଗୁଞ୍ଜିବା ପାଇଁ ବାସସ୍ଥାନ ଟିଏର ଆବଶ୍ୟକତା ସମସ୍ତଙ୍କର ରହିଛି । କିନ୍ତୁ ଆର୍ଥିକ ସ୍ୱଚ୍ଛଳ ନଥିବା ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଘରଖଣ୍ଡିଏର ସାହାଯ୍ୟ ଦେଉଛନ୍ତି ସରକାର। ବାଙ୍କୀ ଡମପଡ଼ା ବ୍ଳକ ଅନ୍ତର୍ଗତ ରଗଡି ଗ୍ରାମପଞ୍ଚାୟତର ବିରଞ୍ଚି ନାରାୟଣ ରଣାଙ୍କ ବାସଗୃହକୁ ଦେଖିଲେ ଏହି ସବୁ ଯୋଜନା ପ୍ରହସନ ପାଲଟିଥିବା ସହଜରେ ଅନୁମାନ କରିହେଉଛି।
ସୂଚନା ଅନୁଯାଇ ବିରଞ୍ଚି ଜଣେ ଦିନ ମଜୁରୀଆ ହୋଇଥିବା ବେଳେ କଷ୍ଟେମଷ୍ଟେ ଘରର ଗୁଜୁରାଣ ମେଣ୍ଟାଉଛନ୍ତି। ଫଳରେ ଘର ଖଣ୍ଡିଏ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡୁଛି। ଅନେକ ଥର ଘରଟିଏ ପାଇଁ ଦରଖାସ୍ତ କରିବା ସହିତ ବିଭିନ୍ନ ସରକାରୀ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେ ସୁଧା ମିଳିପାରୁ ନାହିଁ ଏହି ଯୋଜନା। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୂର୍ବଥର ଚାଳ ଛପର ଉଡିଯାଇଥିବା ବେଳେ ଏହି ଲଗାଣ ବର୍ଷା ହେତୁ ଘରର କାନ୍ଥ ମଧ୍ୟ ଭୁଷୁଡି ପଡିଛି। ଫଳରେ ବିଭିନ୍ନ ସମୟରେ ସରିସୃପମାନଙ୍କ ଭୟ ରାତିରେ ଶୁଆଇ ଦେଉନଥିବା ପ୍ରକାଶ କରିଛନ୍ତି। ଭଙ୍ଗାକାନ୍ଥକୁ ଲୁଗା ସାହଯ୍ୟରେ ଢାଙ୍କୀ ରଖିଛନ୍ତି। ବର୍ଷା ଯୋଗୁ ଘରସାରା କାଦୁଅ ପଚ ପଚ ହେଉଥିବା ବେଳେ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ରକୁ ଢାଙ୍କି ରଖିବା ପାଇଁ ଭଡାରେ ପାଲ ଆଣି ପକାଇଛନ୍ତି। ଘରେ ରୁଗ୍ଣ ପିତା , ମାଆ, ୨ ଛୁଆ,ସ୍ତ୍ରୀ ଏବଂ ଭଣଜା ସହିତ ସେହି କାଦୁଅ ଘର ଭିତରେ ରହିଛନ୍ତି ବିରଞ୍ଚି। କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ଭୋଟ ସମୟରେ ଲମ୍ବା ପ୍ରତିଶ୍ରୁତି ଦେଉଥିବା ନେତାମାନଙ୍କ ନଜର ତାଙ୍କ ଉପରେ ପଡୁନଥିବା ଦୁଃଖର ସହିତ ପ୍ରକାଶ କରିଛନ୍ତି ବିରଞ୍ଚି। ଯଥା ଶୀଘ୍ର ଏହି ଅସହାୟ ପରବାରକୁୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories