www.samajalive.in
Monday, December 8, 2025
24.1 C
Bhubaneswar

ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତି ତାଲିମ ଶିବିର

କଲମପୁର: କଲମପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ଶୁକ୍ରବାର ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତି ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ଉପସ୍ଥିତ ରହିଥିଲେ। ବ୍ଲକରେ ନିୟୋଜିତ ୫୪ ଜଣ ବୁଥସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ ଅଧିକାରୀ, ୫ ଜଣ କ୍ଷେତ୍ର ପରିଦର୍ଶକ ଉପସ୍ଥିତ ରହି ତାଲିମ ନେଇଥିଲେ। ଜୁଲାଇ ୨୧ରୁ ଅଗଷ୍ଟ ୨୧ ମଧ୍ୟରେ ଘରକୁ ଘର ଯାଇ ବୁଥସ୍ତରୀୟ ଅଧିକାରୀମାନେ ଲୋକଙ୍କ ଭୋଟର ତାଲିକା ସଂଶୋଧନ ଏବଂ ସଂଯୋଗ ସହ କିଛି ଭୋଟରଙ୍କୁ ବାଦ ଦେଉଛନ୍ତି। କିନ୍ତୁ ବର୍ତମାନ ଏହି ସମସ୍ତ କାର୍ଯ୍ୟ ଅନଲାଇନ ମଧ୍ୟମରେ ସମ୍ପାଦିତ କରାଯାଉଥିବାରୁ କିଛି ବୁଥସ୍ତରୀୟ ଅଧିକାରୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଏହି ତାଲିମ ଶିବିର ଆୟୋଜନ କରାଯାଇଛି। ଏହି ତାଲିମ ଶିବିରରେ ଭୋଟର ତାଲିକାରେ କେଉଁମାନେ ସଂଯୋଗ ହେବେ କାହାର ଏବଂ କେଉଁ ପରିସ୍ଥିତିରେ ବାଦ ଦିଆଯିବ ଓ କେଉଁମାନଙ୍କ ତୃଟି ସଂଶୋଧନ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜୁ ବୁମେଲ ନାମକ କର୍ମଚାରୀ ଯୋଗ ଦେଇ ବୁଝାଇଥିଲେ। ବୁଥସ୍ତରୀୟ ଅଧିକାରୀମାନେ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ଅଧିକାରୀଙ୍କୁ ଦର୍ଶାଇଥିଲେ। ତାର ସମାଧାନ କିଭଳି ହେବ ସେନେଇ ଅଧିକାରୀମାନେ ବୁଝାଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories