www.samajalive.in
Monday, December 8, 2025
20.1 C
Bhubaneswar

ଅସହାୟ ବଳରାମଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

କଲମପୁର: ଏପଟେ ରୋଗ ଯନ୍ତ୍ରଣାରେ ଛଟପଟ ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଝିଅକୁ ବାହା ଦେବା ପରେ ଘରେ ପତ୍ନୀ ଓ ଗୋଟିଏ ପୁଅ ବ୍ୟତୀତ ଅନ୍ୟ କେହି ନାହିଁ। କାହାକୁ ଗୁହାରି କରିବ, ଶୁଣିବ କିଏ। ବଞ୍ଚିବାର ଇଚ୍ଛା ଥିଲେ ମଧ୍ୟ ରୋଗ ଯନ୍ତ୍ରଣା ପାଇଁ ବେଳେ ବେଳେ ଜୀବନ ହାରିବାକୁ ଇଛା କରୁଛନ୍ତି କଲମପୁର ବ୍ଲକ ଅଧିନସ୍ଥ ବନ୍ଧକନା ପଂଚାୟତ ଅନ୍ତର୍ଗତ ଟେମରା ଦର୍ଲିପଡ଼ାର ବଳରାମ ମାଝୀ। ଗତ ତିନି ବର୍ଷ ହେବ ରୋଗ ଶଯ୍ୟାରେ। ନିଜର ସ୍ନାନ ଶୌଚାଦୀ ଭଳି କାର୍ଯ୍ୟ ମଧ୍ୟ ସେ କରିବାକୁ ଅସମର୍ଥ। ଗରିବ ଶ୍ରେଣୀର ହୋଇଥିବାରୁ ନିଜର ଉଚ୍ଚସ୍ତରୀୟ ଚିକିତ୍ସା କରାଇବାରେ ସେ ଅସମର୍ଥ। ଯାହା କିଛି ସମ୍ବଳ ଥିଲା ତାହା ରୋଗ ଚିକିତ୍ସାରେ ଶେଷ ହୋଇ ସାରିଛି। ପରଘରେ ମୂଲ ଲାଗିଲେ ଘରର ଚୁଲି ଜଳିଥାଏ। ଏହି ତିନି ବର୍ଷ ହେବ ବଳରାମ ରୋଗରେ ପୀଡିତ ହେବା ପରେ କାର୍ଯ୍ୟ କରିବାର କ୍ଷମତା ହରାଇ ସାରିଛନ୍ତି। ପରିବାର ସଦସ୍ୟଙ୍କ ସହଯୋଗରେ ଦାନା ଗଣ୍ଡାକ ଜୁଟି ଯାଉଛି। ସେ ସମାଜିକ ସୁରକ୍ଷାରେ ସାମିଲ ହୋଇପାରି ନାହାନ୍ତି। ସାହା କେବଳ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ଗଣ୍ଡାକ।

ବଳରାମ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା। ତେବେ ଶୁକ୍ରବାର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଦର୍ଲିପଡ଼ାଠାରେ ପହଞ୍ଚିଥିଲେ। ବଳରାମଙ୍କ ରୋଗ ବିବରଣୀ ଜାଣିବା ସହ ତାଙ୍କ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଦେଖିଥିଲେ। ଏହାପରେ ବଳରାମ ପକ୍ଷାଘାତ ନୁହେଁ ଆଣ୍ଠୁ ଗଣ୍ଠି ବାତଜନିତ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ତାଙ୍କ ଉଚ୍ଚ ଚିକିତ୍ସା କରାଗଲେ ସେ ସୁସ୍ଥ ହୋଇପାରିବେ ତେଣୁ ତାଙ୍କର ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଅନ୍ୟ ସହଯୋଗ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories