www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀ ପାଇଁ କାଳ ସାଜୁଛି କାଳ ବୈଶାଖି ବର୍ଷା : ମଣ୍ଡି ଓ ଖଳାରେ ଭିଜୁଛି ଧାନ

କଲମପୁର : ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ଦୀର୍ଘ ୧୫ ଦିନ ଧରି ବାଦ ବିବାଦ ପରେ ଗତ ୨୯ ତାରିଖ ଠାରୁ କଲମପୁର ଠାରେ ଧାନ ମଣ୍ଡି ଖୋଲିବା ସମବାୟ ସମିତିକୁ ସୂଚନା ଦିଆଯାଇଥିଲା। ଏହି ସୂଚନା ପାଇବା ପରେ ସମବାୟ ସମିତି ତରଫରୁ •ଷୀଙ୍କୁ ଧାନ ମଣ୍ଡିକୁ ଆଣିବା ପାଇଁ ଟୋକନ ଦିଆଯାଇଥିଲା। •ଷୀ ଟୋକନ ପାଇବା ପରେ ନିଜ ନିଜ ଧାନ ଆଣି ମଣ୍ଡିରେ ରଖିଥିଲେ। କଲମପୁର ବ୍ଲକର କଲମପୁର, ଦେପୁର, ବନ୍ଧକନା ଓ ମଣ୍ଡଳ ଠାରେ ଥିବା ମଣ୍ଡିରେ ଛାଉଣୀ ବ୍ୟବସ୍ଥା ଥିବାରୁ କିଛି •ଷୀ ସୁରକ୍ଷିତ ଭାବେ ଧାନ ରଖିଥିଲେ ମଧ୍ୟ ଅନେକ •ଷୀ ଖୋଲା ଆକାଶ ତଳେ ଧାନ ରଖିଛନ୍ତି। ସେହିଭଳି ବିଜମରା, ବଡକୁଟୃ, ଇଛାପୁର, ଦୁଲକିବନ୍ଧ ଓ ହାରାମାଲ ଆଦି ମଣ୍ଡି ଖୋଲା ଆକାଶ ତଳେ ରହିଛି। ଏଠାରେ •ଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନିୟନ୍ତ୍ରୀତ ବଜାର କମିଟି ତରଫରୁ ଯୋଗାଇ ଦିଆଯାଇଥିବା ତାରପୋଲିନ ପର୍ଯ୍ୟାପ୍ତ ନଥିବାରୁ ଅନେକ •ଷୀ ନିଜ ସାଧ୍ୟ ମତେ ଧାନ ରଖିଥିଲେ ମଧ୍ୟ କାଳ ବୈଶାଖିର ପ୍ରଭାବରୁ ପବନ ଦ୍ୱାରା ପାଲ ସବୁ ଉଡି ଯାଇଥିବାରୁ ବର୍ଷା ହେବା ପରେ ବହୁ •ଷୀଙ୍କ ଧାନ ଭିଜି ନଷ୍ଟ ହେବାରେ ଲାଗିଛି।
ଗତ ଶୁକ୍ରବାର ମଧ୍ୟ ରାତ୍ରିରେ ବର୍ଷା ଓ ପବନ ହୋଇଥିଲା। ଏହାସହ ଶନିବାର ସକାଳେ ମଧ୍ୟ ବର୍ଷା ଲାଗି ରହିବାରୁ •ଷୀ ହତାଶ ହୋଇ ପଡିଛନ୍ତି। ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ •ଷୀ ସେମାନଙ୍କ ଧାନ ଅମଳ କରି ସାରିଥିବା ବେଳେ ମାତ୍ର ୨ରୁ ୫ ପ୍ରତିଶତ •ଷୀ ସେମାନଙ୍କ ଧାନ ମଣ୍ଡିରେ ବିକ୍ରି କରିଛନ୍ତି। ବହୁ •ଷୀ ସେମାନଙ୍କ ଧାନକୁ କିଏ ଖଳାରେ ରଖି ପାଲ ଘୋଡାଇଛି ତ କିଏ ରାସ୍ତା କଡରେ ରଖି ଜଗି ରହିଛି। •ଷୀଙ୍କ ଏହି ଅସମୟରେ ଶ୍ରମିକମାନେ ଅଧିକ ପ୍ରାପ୍ୟ ଦାବି କରି ମଣ୍ଡି ଅଚଳ କରୁଛନ୍ତି। ଯାହା •ଷୀଙ୍କ ପାଇଁ ସମସ୍ୟା ଦେଖା ଦେଉଛି।
ସୂଚନାଯୋଗ୍ୟ ଯେ, ଶ୍ରମିକଙ୍କୁ ଧାନ ଓଜନ ଓ ଟ୍ରକରେ ବୋଝେଇ କରିବାପାଇଁ ପ୍ରଶାସନ ତରଫରୁ କ୍ୱିଣ୍ଟାଲ ପ୍ରତି ୮.୪୭ ପଇସା ଧାର୍ଯ୍ୟ କରାଯାଇଛି। କିନ୍ତୁ ଗତ ଖରିଫ ସମୟରେ ଏହି ବାବଦକୁ ସମବାୟ ସମିତି ତରଫରୁ ୧୦.୫୦ ପଇସା ପ୍ରଦାନ କରିଥିବାରୁ ଚଳିତ ରବିରେ ପୁଣି ଶ୍ରମିକ ୫୦ ପଇସା ବର୍ଦ୍ଧିତ କରି କ୍ୱିଣ୍ଟାଲ ପ୍ରତି ୧୧ ଟଙ୍କା ଧାର୍ଯ୍ୟ କରିବା ପାଇଁ ଦାବି କରିଥିଲେ। କିନ୍ତୁ ସମବାୟ ସମିତି ତରଫରୁ ପ୍ରଥମରୁ ହିଁ ପ୍ରଶାସନ ଧାର୍ଯ୍ୟ ଠାରୁ ଅଧିକ ପ୍ରାପ୍ୟ ଦେଉଥିବାରୁ ଆହୁରି ଅଧିକ ବୃଦ୍ଧି କରିବା ସମ୍ଭବ ନୁହେଁ ବୋଲି କହିଥିଲେ। ବହୁ ଆଲୋଚନା ପରେ କଲମପୁର ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ମଣ୍ଡଳ ମଣ୍ଡି ଅଚଳ ରହିଥିଲା। ବର୍ତ୍ତମାନ ବର୍ଷା ହେଉ ଥିବାରୁ •ଷୀଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି ନେଇ ଚିନ୍ତାରେ ପଡିଛନ୍ତି •ଷୀ। ତେଣୁ ତୁରନ୍ତ ଜିଲା ପ୍ରଶାସନ •ଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଧାନ ସବୁ ଉଠାଣର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories