କଲମପୁର : ଗ୍ୟାସ୍ ସିଲିଣ୍ଡର ଲିକ୍ ଯୋଗୁଁ ଜଳିଗଲା ଘର। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। କଲମପୁର ବ୍ଲକ ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଇଚ୍ଛାପୁର ଗାଁର ଜଳନ୍ଧର ଖର୍ସେଲ ନାମକ ଜଣେ ବ୍ୟକ୍ତି ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହେବା ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଘରକୁ ଲାଗି ରହିଥିବା ଦୋକାନ ଘର ମଧ୍ୟ ଜଳ ପୋଡି ପାଉଁଶ ହୋଇଯାଇଥିଲା। ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇ ନଷ୍ଟ ହେଇଯାଇଛି। ପରିବାର ଲୋକ ସ୍ଥାନୀୟ ଲୋକଙ୍କର ସହଯୋଗରେ ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଏହାସହ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗର କିଛି କର୍ମଚାରୀ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ଥିବାରୁ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ବିଳମ୍ବ ହେଇଥିଲା। ଯେଉଁଥିପାଇଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Popular Categories



