www.samajalive.in
Tuesday, December 9, 2025
16.1 C
Bhubaneswar

ଚକଡା ଓ ପାଣି ଅଭାବରୁ ଧାନ ଚାଷ ନଷ୍ଟ

କଲମପୁର : ବର୍ଷା ଅଭାବ, ଅପହଞ୍ଚ ଜଳ ସେଚନ ବ୍ୟବସ୍ଥା, ବିହନ ଓ କୀଟ ନାଶକ ସମେତ ସାରର ଆକାଶ ଛୁଆଁ ଦର ବୃଦ୍ଧି ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ ଚାଷ କାର୍ଯ୍ୟ କରିଥିଲେ। ଆଶା ଥିଲା ଭଲ ଅମଳ ହେବ ପରିବାର ସଠିକ ଭାବେ ପ୍ରତିପୋଷଣ କରି ପାରିବେ। ନିଜର ଅଭାବ ଦୂର ହେବ। ଏହି ଚାଷ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ସମେତ ବିଭିନ୍ନ ମହାଜନ ଓ ସାର ଏବଂ କୀଟ ନାଶକ ଦୋକାନୀ ଠାରୁ ଧାର କରଜ କରି ଚାଷ କାର୍ଯ୍ୟ କରିଥିଲେ। ବର୍ତମାନ ସ୍ଥିତିରେ ଚାଷ ଜମିରେ ସୁନାର ଫସଲ ହସି ଉଠିବା କଥା। କିନ୍ତୁ ଯେଉଁଠି ଫସଲ ହସି ଉଠିବା କଥା ସେଠି ଚକଡା ପୋକର ପ୍ରଭାବ ସମେତ ପାଣି ଅଭାବ କାରଣରୁ ପାଲ ପାଲଟିଯାଇଛି। କୌଣସି ପ୍ରକାରେ ଅମଳ ହେବାର ସମ୍ଭାବନା ନଥିବାରୁ ରବିବାର ଦିନ କଲମପୁର ବ୍ଲକ ଅଧିନସ୍ତ ମିନଗୁର ପଂଚାୟତ ଅନ୍ତର୍ଗତ ଦେର୍ଲାପଡା ର ହରି ମାଝୀ, ଲକ୍ଷ୍ମଣ ମାଝୀ, ଫକୀର ମାଝୀ, ମହେନ୍ଦ୍ର ମାଝୀ, ରାମେଶ୍ୱର ମାଝୀ, ତ୍ରିଲୋଚନ ମାଝୀ, ଉଦ୍ଧବ ମାଝୀ, ଭଜମନ ମାଝୀ, ମାଧବ ଶବର, ଗୌତମ ମାଝୀ, ଗୌରାଙ୍ଗ ବାଣୁଆ, ସୀମାଂଚଳ ଦୁର୍ଗା, ଜୟରାମ ଶବର, ଲିଙ୍ଗରାଜ ମାଝୀ, ପିତାମ୍ବର ଛତ୍ରପାଲ, ଯାଦବ ଶବର, ରବି ମାଝୀ, ଯୁଗଳ ଛତ୍ରିଆ, ଉମାଶଙ୍କର ଦୁର୍ଗା, ବାସୁଦେବ ମଙ୍ଗରାଜ, ଅଂଲେ ଶବର ପ୍ରମୁଖ ଚାଷୀଙ୍କ ୨ଶହ ଏକରରୁ ଅଧିକ ଚାଷ ଜମି ନଷ୍ଟ ହେଇଥିବାରୁ ଜମିରେ ଗୋରୁ ଚରିବା ପାଇଁ ଛାଡି ଦେଇଛନ୍ତି। କେବଳ ଦର୍ଲାପଡା ନୁହେଁ କର୍ମେଲଡଙ୍ଗରୀଗୁଡାର ୫୦ ଏକରରୁ ଅଧିକ ଚାଷ ଜମିର ଚାଷ ନଷ୍ଟ ହେଇ ସାରିଥିବା ବେଳେ ମଣ୍ଡଳ ପଂଚାୟତ ଖଣ୍ଡିଡଙ୍ଗରୀଗୁଡା ଓ ଭାଟିଗାଁର ମଧ୍ୟ ପ୍ରାୟ ୩ଶହ ଏକର ଚାଷ ନଷ୍ଟ ହେଇ ସାରିଛି। ନିଜ ଉଜୁଡା ଚାଷ ଦେଖି ଚାଷୀ ହତାଶ ହେବାରେ ଲାଗିଛି। ଋଣ ଯନ୍ତାରେ ସନ୍ତୁଳିତ ହେଉଥିବା ଚାଷୀ ନିଜ ପରିବାର ପ୍ରତିପୋଷଣ ନେଇ ଚିନ୍ତିତ। କିଭଳି ଆଗାମୀ ଦିନ ବଂଚିବ ସେନେଇ ତା ଆଖିରୁ ନିଦ ହଜିଯାଇଛି। ବର୍ତମାନ ରିତିମତ କିଛି ଚାଷୀ ନିଜ ଉଜୁଡା କ୍ଷେତକୁ ଜାଳି ଦେଉଥିବା ବେଳେ କିଛି ଚାଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଉଛନ୍ତି। ଚାଷୀ ଏକର ପ୍ରତି ୨୦ ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରୁଥିବା ବେଳେ ଚାଷର ଶେଷ ମୂହୁର୍ତରେ ଏଭଳି ଆଘାତରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଉଛି। ଅସହାୟ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ନଦେଲେ ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବା ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories