www.samajalive.in
Tuesday, December 9, 2025
16.1 C
Bhubaneswar

ମୁକ୍ତ ହେଲେ ଆନ୍ଧ୍ର ଇଟା ଭାଟିରେ ବନ୍ଧା ପଡିଥିବା ଦାଦନ ଶ୍ରମିକ

କଲମପୁର : ପେଟ ପୋଷିବା ପାଇଁ ନିଜ ଅଞ୍ଚଳରେ କାମ ଧନ୍ଦା ଅଭାବ କାରଣରୁ କଲମପୁର ବ୍ଲକର ଖଣ୍ଡିଡଙ୍ଗରୀଗୁଡା ଓ ଜୁନାଗଡ ବ୍ଲକ ହାବସପୁର ଗାଁର ୧୭ ଜଣ ଶ୍ରମିକ ଜନୈକ ଦାଦନ ଦଲାଲ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିରେ ନିୟୋଜିତ ହୋଇଥିଲେ। ଦାଦନ ଦଲାଲ ଇଟାଭାଟି ମାଲିକ ଠାରୁ ଏମାନଙ୍କ ନିୟୋଜନ ନେଇ ଅଧିକ ଟଙ୍କା ଆଣିଥିଲେ ମଧ୍ୟ ଶ୍ରମିକ ମାନେ ସେ ସମ୍ବନ୍ଧରେ ଜାଣିନଥିଲେ। ଇଟା ଭାଟି ମାଲିକ ଶ୍ରମିକ ମାନଙ୍କ ନିୟୋଜନ ହେବାର କିଛି ଦିନ ପରେ ଶ୍ରମିକ ମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରିବା ସହ ଦୈନିକ ୧୬ ଘଣ୍ଟା ଧରି ଖଟେଇବା ଆରମ୍ଭ କରି ଦେଇଥିଲା। ଏଥିରେ ଅସହାୟ ମନେକରି କିଛି ଶ୍ରମିକ ଗାଁରେଥିବା ପରିବାର ଲୋକଙ୍କ ସହିତ ମାଲିକର ନିର୍ଯ୍ୟାତନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏନେଇ ଇଟାଭାଟି ମାଲିକର ଗୁଣ୍ଡା ମାନେ ଜାଣିବା ପରେ ଜନୈକ ଶ୍ରମିକର ମୋବାଇଲ ଫୋନ ଛଡାଇ ନେବାସହ ମାଡ ମାରିଥିଲେ। ଏଥିରେ ଭୟଭିତ ହୋଇ ନନ୍ଦ କିଶୋର ନିଆଲ, କେତୁ ରାମ ମାଝୀ ଓ ଦଶରଥ ଲହଜଲ କୌଣସି ମତେ ସେଠାରୁ ଖସି ଜୀବନ ବିକଳରେ ପଳାଇ ଆସିବାରେ ସମର୍ଥ ହୋଇଥିଲେ। ଏନେଇ ‘ସମାଜ’ ଖବର କାଗଜରେ ଗତ ୧୫.୧୦ ଦିନ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ଶ୍ରମିକଙ୍କ ଠାବ କରିବା ନେଇ ପ୍ରୟାସ ଆରମ୍ଭ କରି ଦେଇଥିଲେ। ଓଡିଶା ଓ ଆନ୍ଧ୍ରପ୍ରଦେଶ ଶ୍ରମ ବିଭାଗର ମିଳିତ ଉଦ୍ୟମ ଓ ଦିଲ୍ଲ୍‍ୀ ସ୍ଥିତ ଏକ ବେସରକାରୀ ସଂସ୍ଥାର ସହଯୋଗ କ୍ରମେ ଦୀର୍ଘ ୧୯ ଦିନର କସରତ ପରେ ବନ୍ଧକ ଥିବା ଅନ୍ୟ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହେଇଥିଲେ। ଗତ ୨ ତରିଖ ଦିନ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଏକ ଟ୍ରେନ ଯୋଗେ କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେସନକୁ ଆଣିବା ପରେ ଭବାନିପାଟଣା ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା। ଜିଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକ, ସହକାରୀ ଶ୍ରମ ଅଧିକାରୀ ଜତିନ ମାଝୀ ସମସ୍ତ ଶ୍ରମିକଙ୍କ ବୟାନ ଗ୍ରହଣ କରିଥିଲେ। ଏହାପରେ ସମାଜସେବୀ ମାଧବ ସୁନାନୀଙ୍କ ଉପସ୍ଥିତିରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories