www.samajalive.in
Thursday, December 11, 2025
15.1 C
Bhubaneswar

ବେନିୟମ ଭାବେ ଚାଲାଣ ହେଉଥିବା ବାଲି , ପଥର ଓ ଗେଟି ବୋଝେଇ ଟ୍ରାକ୍ଟର ଜବତ

କଲମପୁର  : ବୁଧବାର ହାତୀ ନଦୀରୁ ବେନିୟମ ଭାବେ ବାଲି ବୋଝେଇ କରି ଚୋରା ଚାଲାଣ କରାଯାଉଥିବା ଟ୍ରାକ୍ଟର ଓ ବେନିୟମ ଭାବେ ପଥର ଚାଲାଣ ହେଉଥିବା ୫ ଗୋଟି ଟ୍ରାକ୍ଟରକୁ କଲମପୁର ଅତିରିକ୍ତ ତହସିଲଦାର ଦିବାକର ବାଗ ଜବତ କରିଛନ୍ତି। ସମ୍ପୃକ୍ତ ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବା ବୋଲି ଶ୍ରୀ ବାଗ ସୁଚନା ଦେଇଛନ୍ତି। କିଛି ପଥର ବୋଝେଇ ଟ୍ରାକ୍ଟର ବୋଦେଲବନ୍ଧ ଠାରେ ଚାଲିଥିବା କ୍ରସର ପାଇଁ ନିଆଯାଉଥିବା ସୁଚନା ମିଳିଛି।

ସୂଚନାଯୋଗ୍ୟ ଯେ, କଲମପୁର ବ୍ଲକରେ ଦୁଇ ଗୋଟି ପଥର କ୍ରସର ବର୍ଷ ବର୍ଷ ଧରି ବିନା ପଥର କ୍ୱାରୀରେ ବେନିୟମ ପଥର ସଂଗ୍ରହ କରି ଚାଲିଛି। କେତେବେଳେ ସଂରକ୍ଷିତ ଜଙ୍ଗଲରୁ ତ କେତେବେଳେ ରାଜସ୍ୱ ଜଙ୍ଗଲ ଇଲାକାରୁ ପଥର ସଂଗ୍ରହ କରି କ୍ୱାରୀ କାମ କରାଯାଉଛି। ଉଭୟ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ନିରବ ରହୁଛି। ଯାହାରି ଫଳରେ ରାଜସ୍ୱ ବିଭାଗ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି। ସେହିଭଳି କଲମପୁର ଦେଇ ପ୍ରବାହିତ ହାତୀ ନଦୀର ବିଭିନ୍ନ ଘାଟରୁ ରିତିମତ ବାଲି ଚୋରା ଚାଲାଣ କରାଯାଉଛି। କିଛି ବାଲି ମାଫିଆ ନିଜ ନିଜ ଟ୍ରାକ୍ଟର ଯୋଗେ କଲମପୁର, ଜୟପାଟଣା, ଥୁଆମୁଳ ରାମପୁର ଓ ରାୟଗଡା ଜିଲାର କାଶିପୁର ଅଂଚଳକୁ ବାଲି ଚୋରା ଚାଲାଣ କରି ଆସୁଛନ୍ତି . ଯାହାରି ଫଳେରେ ଏଥିରୁ ଆଦାୟ ହେବାକୁ ଥିବା ରାଜସ୍ୱ ପାଇବାରୁ କ୍ଷତିଗ୍ରସ୍ଥ ହେଉଛି କଲମପୁର ତହସିଲ।

- Advertisement -

ତହସିଲ ତରଫରୁ କିଛି ବାଲି ସୌରାତ ଓ ପଥର କ୍ୱାରୀ ଘୋଷାଣ କାରାଯାଇ ବାରମ୍ବାର ନିଲାମ ଡକାଯାଉଛି। କିଛି ନିଲାମଧାରୀ ନିଲାମ ନେଉଛନ୍ତି। କିନ୍ତୁ ପରିବେଶ ମଞ୍ଜୁରୀ କାଗଜାତ ପ୍ରସ୍ତୁତି କରିବାରେ ନିଲାମଧାରୀ ବିଫଳ ହେବାଯୋଗୁଁ ନିଲାମ ବାତିଲ ହେଉଛି। ନିକଟରେ ପୁଣି ବାଲି ସୌରାତ ନିଲାମ ହେଇଥିଲେ ମଧ୍ୟ ପରିବେଶ ମଞ୍ଜୁରୀ କାଗଜାତ ଆସିନଥିବାରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି। ସେଭଳି ଥୁଆମୁଳ ରାମପୁର ତହସିଲ ଅଂଚଳରେ ମଧ୍ୟ ପଥର ଓ ଗେଟି ବେନିୟମ ଚୋରା ଚାଲାଣ ହେଉଛି। ଏନେଇ ଅଭିଯୋଗ ପରେ ତହସିଲଦାର ବିନୟ କୁମାର ଭୋଇ ବେନିୟମ ଭାବେ ଗେଟି ବୋଝେଇ ଚାଲାଣ ହେଉଥିବା ଟ୍ରାକଟରକୁ ଜବତ କରିବା ସହ ସ୍ଥାନୀୟ ପୁଲିସ ଥାନାରେ ଜିମା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories