ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ହାତୀ ବ୍ୟାରେଜରେ ଭାସୁଥିବା ଏକ ଶବକୁ ଜୟପାଟଣା ପୁଲିସ ଉଦ୍ଧାର କରିବା ସହ ଶବ ଚିହ୍ନଟ କରିଛି। ପୋଲିସ ସୁତ୍ରରୁ ପ୍ରକାଶ ଯେ ଗୁରୁବାର ମଙ୍ଗଳପୁର ଗ୍ରାମର ଗୋବର୍ଦ୍ଧନ ନାଏକ(୩୫) ନିଖୋଜ ହୋଇଥିବା ସମ୍ପର୍କରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସୋମବାର ସକାଳେ ଏକ ଶବ ମଙ୍ଗଳପୁର ହାତୀ ବ୍ୟାରେଜରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଜୟପାଟଣା ପୁଲିସ ଶବ ଉଦ୍ଧାର କରିିବା ସହ ମୃତ ଦେହ ଗୋବର୍ଦ୍ଧନ ନାଏକର ବୋଲି ଜଣାପଡ଼ିଥିଲା। ମଙ୍ଗଳପୁର ବ୍ୟାରେଜରେ ଅବସ୍ଥିତ ଚାନ୍ଦପୁର ଉଠା ଜଳସେଚନ ପାଇଁ ଉଦ୍ଦିଷ୍ଟ ପମ୍ପ ହାଉସରେ ଗୋବର୍ଦ୍ଧନ ଜଗୁଆଳୀ ଭାବରେ ରହିଥିଲେ। କେହି ଦୁବୁର୍ତ୍ତ ଗୋବର୍ଦ୍ଧନକୁ ମାରି ବ୍ୟାରେଜରେ ଫିଙ୍ଗି ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି। ଗୋବର୍ଦ୍ଧନ ରାତ୍ରିରେ ପମ୍ପ ହାଉସରେ ଡ଼୍ୟୁଟି କରୁଥିବା ସମୟରେ ପମ୍ପ ହାଉସକୁ ଚୋରି ପାଇଁ ଆସିଥିବା ଲୋକଙ୍କୁ ଗୋବର୍ଦ୍ଧନ ବାରଣ କରିବାରୁ ଗୋବର୍ଦ୍ଧନକୁ ହତ୍ୟା କରି ହାତୀ ବ୍ୟାରେଜରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସର ତଦନ୍ତ ହେଲେ ଗୋବର୍ଦ୍ଧନ ମୃତ୍ୟୁ ରହସ୍ୟର ପର୍ଦା ଫାସ ହୋଇ ପାରିବ ବୋଲି ଆଲୋଚନା ହେଉଛି।
Popular Categories



