www.samajalive.in
Thursday, December 11, 2025
26.1 C
Bhubaneswar

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅଧିନସ୍ଥ କେରପାଇ ପଞ୍ଚାୟତ ନିକଟସ୍ଥ ପିଣ୍ଡାପଦର ନାଳରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡିଥିବା କେରପାଇ ସରପଞ୍ଚ ଜାଇସିଂ ମାଝୀ ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, କେରପାଇ ପଞ୍ଚାୟତ ଅଧିନସ୍ଥ ପିଣ୍ଡାପଦର ଗ୍ରାମ ନିକଟସ୍ଥ ଏକ ନାଳରେ ଗତ ୪ ଦିନରୁ ଅଧିକ ହେବ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବା ନେଇ ଗତ ସୋମବାର ଦିନ ସନ୍ଧ୍ୟା ୫ଟା ବେଳେ ପିଣ୍ଡାପଦର ଗ୍ରାମର ରୁପସିଂ ମାଝୀ ଓ କାମ ମାଝୀ କେରପାଇ ସରପଞ୍ଚ ଜାଇସିଂ ମାଝୀଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ସରପଞ୍ଚ ଶ୍ରୀ ମାଝୀ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ମଙ୍ଗଳବାର ଦିନ ଥୁଆମୁଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ନିକଟରେ ସୂଚନା ଦେଇଥିଲେ। ସରପଞ୍ଚଙ୍କ ଠାରୁ ସୂଚନା ପାଇବା ପରେ ମଙ୍ଗଳବାର ଅପରାହ୍ନରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଶବଟି କାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ବେଳେ ତାର ମୃତ୍ୟୁ ନେଇ ମଧ୍ୟ ସନ୍ଦେହ କରାଯାଉଛି। ବହୁ ଲୋକ ଉକ୍ତ ବ୍ୟକ୍ତି ଜଣକ ରାୟଗଡା ଜିଲା ଅଧିନସ୍ଥ ମୁନିଗୁଡା ଅଞ୍ଚଳର ବୋଲି ଆଲୋଚନା କରୁଥିବା ବେଳେ କୌଣସି କାରଣକୁ ନେଇ ବ୍ୟକ୍ତି ଜଣକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।
ଅଞ୍ଚଳଟି ମାଓ ପ୍ରବଣ ଇଲାକା ହୋଇଥିବା କାରଣରୁ ସୁରକ୍ଷା ବଳ ହଠାତ ଘଟଣାସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରି ନାହିଁ। ଯୋଗାଯୋଗର କୌଣସି ବ୍ୟବସ୍ଥା ନଥିବାରୁ ଘଟଣାର ଦୀର୍ଘ ୪ ଦିନ ପରେ ପୁଲିସକୁ ସୂଚନା ମିଳିଛି। ଅନ୍ୟପଟେ ଘଟଣାକୁ ଚପାଇ ଦେବାର ମଧ୍ୟ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି। ତେଣୁ ପୁଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ଶବର ୮୦ ପ୍ରତିଶତ ଅଂଶ ପଚିଯାଇଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଘଟଣା ସମ୍ବନ୍ଧରେ ତଦନ୍ତ ଜାରି ରଖିଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories