www.samajalive.in
Monday, December 8, 2025
14.1 C
Bhubaneswar

ଯୁବକଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ

କଳାବାଡିଆ : କୁଳିଅଣା ଥାନା ଟମକିଆଶୋଳ ମନ୍ଦିର ନିକଟରେ ବେଆଇନ ପଥର ଚାଲାଣକୁ ବିରୋଧ କରିବାରୁ ଗାଡି ଚପାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛିା
ସୂଚନା ଅନୁଯାୟୀ ବାରିପଦା ରଘୁନାଥପୁରର ବିଜୟ ବେହେରାଙ୍କ ପୁଅ ପ୍ରଭାତ ରଞ୍ଜନ ବେହେରା ମାମୁଁ ଘର ଚାନ୍ଦୁଆ ଥାନା ମଦନାସାହିକୁ ଯାଉଥିବା ବେଳେ ସେହି ଗ୍ରାମର ମଣ୍ଟୁ ନାଏକ, ଗଦା ନାଏକ, ବାବି ନାଏକଙ୍କ ସମେତ ଅନ୍ୟ ୬/୭ଜଣ ଯୁବକ ଗାଡି ଅଟକାଇ ଦାଦା ବଟି ମାଗିଥିଲେ ବୋଲି କୁଳିଅଣା ଥାନାରେ ଅଭିଯୋଗ କରିଛନ୍ତିା ଅଭିଯୋଗ କ୍ରମେ ଥାନାରେ କେଶ ନମ୍ବର ୬୬/୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପଥର ମାଫିଆଙ୍କ ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ମଣ୍ଟୁ ନାଏକଙ୍କ କହିବା ଅନୁଯାୟୀ ଉକ୍ତ ରାସ୍ତା ଦେଇ ଚୋରା ପଥର ଚୋରା ଚାଲାଣକୁ ବିରୋଧ କରିବାରୁ ତାଙ୍କୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ ହୋଇଥିଲାା ମଣ୍ଟୁ ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତିା ମଣ୍ଟୁ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆକ୍ରମଣର ପ୍ରକୃତ କାରଣ ଜଣା ପଡିବା ସହିତ ଥାନାରେ ଆଉ ଏକ ମାମଲା ରୁଜୁ ହେବା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories