www.samajalive.in
Wednesday, December 10, 2025
15.1 C
Bhubaneswar

ନାବାଳିକା ଅପହରଣ ମାମଲା; ୫ଦିନ ପରେ ବି ମିଳୁନି ସନ୍ଧାନ, ଆଶା ଓ ଆଶଙ୍କାରେ ପରିବାର

ମୁଖୀଗୁଡା : ଜୟପାଟଣା ଥାନା ଅନ୍ତର୍ଗତ ବଡ କଲରାକୋଟ ଗ୍ରାମର ନାବାଳିକା ଅପହରଣ ହେବାର ପାଞ୍ଚ ଦିନ ବିତି ଯାଇଥିଲେ ହେଁ ପୁଲିସ ନାବାଳିକାର ସନ୍ଧାନ ପାଇପାରି ନ ଥିବାରୁ ପରିବାରଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି ।

ବଡ କଲରାକୋଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନାବାଳିକା ଝିଅ ବଡକଲରାକୋଟ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାସ କରି ଏବେ ନବମ ଶ୍ରେଣୀକୁ ଯାଇ ଥିଲେ।। ଗତ ୧୫ତାରିଖ ସନ୍ଧ୍ୟାରେ ନାବାଳିକା ଘରେ ନ ଥିବାରୁ ତାକୁ ଖୋଜା ଖୋଜି କରିବା ପରେ କୌଣସି ସନ୍ଧାନ ମିଳିନଥିଲା । ପୂର୍ଣ୍ଣଚନ୍ଦ୍ର ତାଙ୍କ ଝିଅକୁ ଗ୍ରାମର ଜଣେ ଯୁବକ ଅପହରଣ କରି ନେଇ ଥିବା ନେଇ ଜୟପାଟଣା ଥାନାରେ  ଗତ ୧୬ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଝିଅକୁ ଖୋଜିବାରେ ତତ୍ପରତା ପ୍ରକାଶ କରି ନ ଥିବା ନେଇ ଗତ ୧୮ରେ ସିଡବ୍ଲୁସି ସଦସ୍ୟ ସ୍ବର୍ଣ୍ଣଲତା ମହାନ୍ତି ଏବଂ ନିର୍ଦେଶକ ରାଜ କିଶୋର ଶର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ ସେମାନେ ବଡକଲରାକୋଟ ଗ୍ରାମକୁ ଯାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଜୟପାଟଣା ଥାନା ଅଧିକାରୀ ଙ୍ ସହ ଆଲୋଚନା କରି ନାବାଳିକାକୁ ତୁରନ୍ତ ଉଦ୍ଧାର କରିବା ପାଇଁ କହିଥିଲେ ହେଲେ  ନାବାଳିକା ଅପହରଣର ପାଞ୍ଚ ଦିନ ପରେ ବି  ପୁଲିସ ନାବାଳିକାକୁ ଖୋଜିବାରେ ଅସଫଳ ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ନାବାଳିକାକୁ ଉଦ୍ଧାର କରିବାରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories