www.samajalive.in
Tuesday, December 9, 2025
16.1 C
Bhubaneswar

ଜୋତା ସହ ଜଡ଼ିତ ରହିଛି ଭାଗ୍ୟ

ଶନିଙ୍କୁ କ୍ରୁର ଗ୍ରହ ବୋଲି କୁହାଯାଇଥାଏ। ଯଦି ଶନିଙ୍କ କ୍ରୁରଦୃଷ୍ଟି କୌଣସି ବ୍ୟକ୍ତିର ଜାତକରେ ପଡ଼ିଯାଏ ତେବେ ସେ ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯାଏ। ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ଯଦି ଶନିଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ରହିଛି ତେବେ ତା’ର ଭାଗ୍ୟ ବଦଳି ଯାଇଥାଏ। ସେ ରାଜା ସମାନ ହୋଇଯାଏ। ଧନ, ମାନ ଓ ବୈଭବ କେଉଁଥିରେ ତା’ର ଅଭାବ ହୋଇ ନଥାଏ। ଦୈନନ୍ଦିନ ଜୀବନରେ ଘଟୁଥିବା ଛୋଟ ଛୋଟ ସଙ୍କେତରୁ ଆମେ ଜାଣିପାରିବା ଯେ ଶନି ଦେବ ଆମ ଉପରେ ପ୍ରସନ୍ନ ଅଛନ୍ତି କି ନାହିଁ। ତେବେ ଜୋତା-ଚପଲ ସହ ଜଡ଼ିତ କିଛି ଉପାୟ ରହିଛି, ଯାହାଦ୍ୱରା ଆପଣ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ –

ବହୁବାର ମନ୍ଦିରକୁ ଯାଇଥିବା ସମୟରେ ଆପଣଙ୍କ ଜୋତା ବା ଚପଲ ଚୋରି ହୋଇଯାଇଥାଏ କିମ୍ବା ହଜି ଯାଇଥାଏ। ଏପରି ହେବା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏଥିରୁ ଜଣାପଡ଼େ ଯେ ଆପଣଙ୍କ ଉପରେ ଶନିଙ୍କର ଶୁଭ ଦୃଷ୍ଟି ରିହିଛି। ଅର୍ଥାତ୍‍ ଶନି ଆପଣଙ୍କ ପିଛା ଛାଡ଼ିବାକୁ ଯାଉଛନ୍ତି। ଯେଉଁ ବ୍ୟକ୍ତି ଘର ଭିତରକୁ ଜୋତା-ଚପଲ ପିନ୍ଧି ଆସିଥାଆନ୍ତି ତାଙ୍କ ସହ ରାହୁ ଓ କେତୁଙ୍କ ଭଳି ପାପୀ ଗ୍ରହ ଗୃହକୁ ପ୍ରବେଶ କରିଥାଆନ୍ତି। ଘରର ମୁଖ୍ୟ ଦ୍ୱାରରେ ଜୋତା-ଚପଲ ରଖିବା ଉଚିତ ନୁହେଁ, ଏହାଦ୍ୱାରା ନକରାତ୍ମକ ଶକ୍ତି ଗୃହକୁ ପ୍ରବେଶ କରିଥାଏ। ଶନିଙ୍କ ଅଶୁଭ ଛାୟାରୁ ବର୍ତ୍ତିବା ପାଇଁ ଶନିବାର ଦିନ କଳା ରଙ୍ଗର ଚମଡ଼ା ଜୋତା କିମ୍ବା ଚପଲକୁ ମନ୍ଦିର ବାହାରେ ଖୋଲି ରଖିଦେଇ ପଛକୁ ନଚାହିଁ ଫେରି ଆସନ୍ତୁ। ଏପରି କରିବା ଦ୍ୱାରା ଶନି ଦଶାରୁ ରକ୍ଷା ମିଳିଥାଏ। ଛିଡ଼ା ଓ ପୁରୁଣା ଜୋତା ପିନ୍ଧିବା ଦ୍ୱାରା ଶନିଙ୍କ ଅଶୁଭ ଛାୟା ପଡ଼ିବା ସହ ଘରକୁ ଦାରିଦ୍ର୍ୟତା ଆସିଥାଏ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories