ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଶୀତଳ ଯୁଦ୍ଧ ସମୟର ପରବର୍ତ୍ତୀ ବିଶ୍ୱ ନାୟକ ଜଜ୍ ଏଚ୍ ଡବ୍୍ୟୁ ବୁଶ୍ଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି। ଏକମାସ ପୂର୍ବରୁ ତାଙ୍କ ପତ୍ନୀ ବରବାରା ବୁଶ୍ଙ୍କ ପରଲୋକ ହୋଇଯାଇଥିଲା। ଆମେରିକାର ୪୧ତମ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିଥିବା ଜଜ୍ ଏଚ୍ ଡବ୍୍ୟୁ ବୁଶ୍ ସୋଭିଏତ୍ ସଂଘର ବିଲୋପ ଓ ସଦ୍ଦାମ ହୁସେନ୍ଙ୍କ ରାଜତ୍ୱରୁ ଇରାକ୍କୁ ମୁକୁଳାଇବା ଲାଗି କରିଥିଲା ଯୁଦ୍ଧ ଅଭିଯାନ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କ ସୁୁପୁତ୍ର ଜଜ୍ ଡବ୍୍ୟୁ ବୁଶ୍ ପରବର୍ତ୍ତୀ ସମୟରେ ଆମେରିକାର ରାଷ୍ଟ୍ରପତି ପଦରେ ୮ ବର୍ଷ ପାଇଁ ରହିଥିଲେ। ଜଜ୍ ଏଚ୍ ଡବ୍୍ୟୁ ବୁଶ୍ ଆମେରିକାର ସବୁଠାରୁ ଦୀର୍ଘାୟୁ ପୂର୍ବତନ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କାରଣ ଆମେରିକାର ସମସ୍ତ ପୂର୍ବତନ ରାଷ୍ଟ୍ରପତିଙ୍କ ୯୪ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା। ଆମେରିକା ଜଣେ ସୁଦକ୍ଷ ପ୍ରଶାସକ ଓ ଦେଶଭକ୍ତଙ୍କୁ ହରାଇଲା ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା କହିଛନ୍ତି।
Popular Categories



