www.samajalive.in
Tuesday, December 9, 2025
16.1 C
Bhubaneswar

ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ବର : ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳବିରୋଧୀ ମନ୍ତବ୍ୟ ପାଇଁ ଗୁରୁବାର ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି। ଏଆସିସିର ଅନୁମୋଦନ କ୍ରମେ ଶ୍ରୀ ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶ୍ରୀ ସେଠୀ କହିଛନ୍ତି।

ବୁଧବାର ନବ ଦାସ କଂଗ୍ରେସରୁ ବିଦା ହେବାପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ତେବେ ଆଜି ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ ହେବା ପରେ ଦଳକୁ ଝଟକା ଲାଗିଛି । ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡିବା ଓ ଦଳର ବିଦା ହେବା ପ୍ରଦେଶ କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି।

- Advertisement -

ସୂଚନା ଯୋଗ୍ୟ ବିଧାୟକ ଯୋଗେଶ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ରାହୁଳ ଗାନ୍ଧୀଙ୍କ ସଭା​​‌ରେ ଯୋଗ ନ ଦେବା ସଂପର୍କରେ କହିଥିଲେ। କଂଗ୍ରେସରୁ ନିଲମ୍ବିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା କ’ଣ ଦଳବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ସିଂହ ଓଲଟା ପ୍ରଶ୍ନ କରିଛନ୍ତି। ଖୁବ୍ ଶୀଘ୍ର ସେ ବିଧାୟକ ପଦରୁ ଇସ୍ତଫା ଦେବେ ଓ ଦଳ ଛାଡିବେ ବୋଲି କହିଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories