www.samajalive.in
Tuesday, December 9, 2025
26.1 C
Bhubaneswar

ଆୟୁଷ୍ମାନ୍‍ ଭାରତ ଯୋଜନା,୧୦୦ ଦିନରେ ୭ ଲକ୍ଷ ଗରିବଙ୍କୁ ଚିକିତ୍ସା ସୁବିଧା ମିଳିଛି : ମୋଦୀ

ଅହମ୍ମଦାବାଦ : ଆୟୁଷ୍ମାନ୍‍ ଭାରତ ଯୋଜନା ଅଧୀନରେ ଶହେ ଦିନ ଭିତରେ ଦେଶର ସାତ ଲକ୍ଷ ଗରିବ ଲୋକଙ୍କୁ ଚିକିତ୍ସା କରାଯାଇଛି। ୨୦୨୨ ମସିହା ସୁଦ୍ଧା ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର ଉଦ୍‍ଘାଟନ ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ଜନଔଷଧୀ କେନ୍ଦ୍ରଗୁଡ଼ିକ ନିୟମିତ ଔଷଧ ସେବନ କରୁଥିବା ରୋଗୀ ମାନଙ୍କର ଖର୍ଚ୍ଚ ହ୍ରାସ କରିଛି । ପ୍ରତ୍ୟେକ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଉଦ୍ୟମ କରୁଥିବା ଶ୍ରୀ ମୋଦୀ ଜଣାଇଛନ୍ତି।


ସାଧାରଣବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀମାନଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶତକଡ଼ା ୧୦ଭାଗ ସ୍ଥାନ ସଂରକ୍ଷର ଦ୍ୱାରା ସମାଜରେ ଥିବା ତାରତମ୍ୟକୁ ଦୂର କରାଯାଇପାରିବ ଓ ସାମାଜିକ ସମାନତା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତ।
ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିର ପ୍ରଦର୍ଶନୀ ଓ ସମ୍ମେଳନ କକ୍ଷରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍‍ ବାଣିଜ୍ୟ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ଉଦ୍‍ଘାଟନ କରିଛନ୍ତି। ଏହି ବାଣିଜ୍ୟ ପ୍ରଦର୍ଶନୀ ତଥା ନବମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍‍ ସମ୍ମିଳନୀକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ। ବାଣିଜ୍ୟ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବା ପରେ ଶ୍ରୀ ମୋଦୀ ଅଳ୍ପ କେତେକ ପ୍ରଦର୍ଶନୀ ମଣ୍ଡପରେ ପ୍ରଦର୍ଶୀତ ଉତ୍ପାଦଗୁଡ଼ିକୁ ବୁଲି ଦେଖିଥିଲେ। ଏହି ବାଣିଜ୍ୟ ପ୍ରଦର୍ଶନୀ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୨୧ ଓ ୨୨ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଅହମ୍ମଦାବାଦ୍‍ ଭାଏବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍‍ ସମ୍ମିଳନୀରେ ୧୫ଟି ଦେଶ ଭାଗ ନେଉଛନ୍ତି। ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଓ ଜାପାନ୍‍ ଏଥର ଏହାର ଭାଗିଦାର ଅଛନ୍ତି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories