ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ମଣ୍ଡମା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାରୁ ଜଣାଯାଏ ଯେ ବାରିଆ ସମବାୟ ସମିତିର ପରିଚାଳକ ଚିରଜିତ ମହାନ୍ତ ସହକର୍ମୀମାନଙ୍କ ସହିତ କେଶରୀ କୁଣ୍ଡ ଠାରେ ବଣଭୋଜି କରି ଫେରିଥିବା ସମୟରେ ମଣ୍ଡମା ନିକଟରେ ପହଞ୍ଚିଥିବା ସମୟରେ ବିପରୀତ ଦିଗରୁ କାଞ୍ଜିଆଶୋଳା ଗ୍ରାମର ବାବୁଲି ପ୍ରଧାନଙ୍କ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାଯାଇଛି।
Popular Categories



