www.samajalive.in
Friday, December 12, 2025
14.1 C
Bhubaneswar

ନୀଳଗିରି ଓ କୁଲଡ଼ିହାରେ ପକ୍ଷୀ ଗଣନା, ୭୫ ପ୍ରଜାତିର ଚଢ଼େଇ ଠାବ

ନୀଳଗିରି : ନୀଳଗିରି ଓ କୁଲଡ଼ିହା ବନବିଭାଗ ପକ୍ଷରୁ ଆଜି ମୋଟ ୭୫ ପ୍ରଜାତିର ଚଢ଼େଇ ଠାବ କରାଯାଇଛି। କ୍ୟାମେରା ଓ ବାଇନୋକୁଲର ଜରିଆରେ ଦୁଇ ବିଭାଗ ୧୧୪୪ଟି ପକ୍ଷୀଙ୍କୁ ଗଣନା କରିଛି।
ନୀଳଗିରିରେ ଥିବା କୁଲଡିହା ଅଭୟାରଣ୍ୟର ଖୁମ୍‌‌କୁଟ, ରିଷିଆ, ସାତଘାଟି, ବୁଗାଳିବନ୍ଧ ପ୍ରଭୃତି ଅଞ୍ଚଳରେ ବନବିଭାଗ କର୍ମଚାରୀମାନେ ଆଜି ପ୍ରତ୍ୟୁଷରୁ ପକ୍ଷୀଗଣନା ଆରମ୍ଭ କରିଥିଲେ। ସେହିପରି ନୀଳଗିରି ବନବିଭାଗ ପକ୍ଷରୁ ମଧ୍ୟ ପଦ୍ମତୋଳା ହ୍ରଦରେ ଅନୁରୂପ ଭାବେ ପକ୍ଷୀଗଣନା କରାଯାଇଥିଲା।

କୁଲଡିହା ବନବିଭାଗ ମୋଟ ୫୬ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରିଥିବାବେଳେ ନୀଳଗିରି ବନବିଭାଗ ମୋଟ ୧୯ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରିଛି। ବନବିଭାଗ ଚଳିତବର୍ଷ ଗ୍ରେ ହେଡେଡ୍‌‌ କେନେରି ଫ୍ଲାଏକେଚର, ଭାର୍ଡ଼ଡିଟର ଫ୍ଲାଏକେଚର, ଟାଇଗା ଫ୍ଲାଏକେଚର ପ୍ରଭୃତି ପକ୍ଷୀମାନଙ୍କୁ ଠାବ କରିଛି। ଯେଉଁ ପକ୍ଷୀମାନେ ହିମାଳୟ ପର୍ବତାଞ୍ଚଳରେ ବହୁଳ ପରିମାଣରେ ଦେଖା ଯାଆନ୍ତି। ସେଠାରେ ଅତ୍ୟଧିକ ଥଣ୍ଡା ଯୋଗୁ ଏମାନେ ଖାଦ୍ୟ ଅନ୍ୱେଷଣରେ ନୀଳଗିରିକୁ ଉଡ଼ି ଆସିଛନ୍ତି ବୋଲି ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ କହିଛନ୍ତି। ଏଠାରେ ସେମାନେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ପୁଣି ଏପ୍ରିଲ ମାସରେ ହିମାଳୟ ଉଡ଼ିଯିବେ ବୋଲି କୁହାଯାଇଛି। ନୀଳଗିରିର ପଦ୍ମତୋଳାରେ ହୋଇଥିବା ପକ୍ଷୀଗଣନାରେ ରେଞ୍ଜ ଅଧିକାରୀ

- Advertisement -

ଆଇସା ଏ. ନିଶା, ଏସିଏଫଓ ମାନସ ରଞ୍ଜନ ବେହେରା, ମିତ୍ରପୁର ବନପାଳ ସରୋଜ ପ୍ରଧାନ, ବନରକ୍ଷୀ ମନୋରଞ୍ଜନ ସିଂ, ବବିସ୍ମିତା ସାହୁ ପ୍ରମୁଖ ସାମିଲ ଥିଲେ। ସେହିପରି କୁଲଡିହାରେ ପକ୍ଷୀ ଗଣନାରେ ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ, ଏସିଏଫଓ ରାମକୃଷ୍ଣ ମୁର୍ମୁ, ବନପାଳ ଭାଗ୍ୟଶ୍ରୀ ଦ୍ୱିବେଦୀ, ସୌମ୍ୟରଞ୍ଜନ ମାଝୀ, ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ପୂର୍ବତନ ୱାଇଲ୍ଡ ଲାଇଫ ୱାର୍ଡ଼େନ ପ୍ରକାଶ ମର୍ଦ୍ଦରାଜ, ବନରକ୍ଷୀ ଦୁଷ୍ମନ୍ତ ଜେନା, ସିଙ୍ଗରାୟ ହେମ୍ବ୍ରମ, ପୂର୍ଣ୍ଣଚନ୍ଦ୍ର ସିଂ, ଭାରତୀ ସିଂ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ମେଘା ସାମଲ, ମୈତ୍ରୀ ମିଶ୍ର, ଅନନ୍ୟା ଅନୁରାଧା ସାହୁ, ଜୀବନଜ୍ୟୋତି ସୁନ୍ଦରାୟ ପ୍ରମୁଖ ବିଦ୍ୟାର୍ଥୀ ସାମିଲ ହୋଇଥିଲେ। ସୂଚନା ଯେ, ୨୦୨୩ ମସିହା ଜାନୁୟାରୀ ମାସରେ ହୋଇଥିବା ଏହି ପକ୍ଷୀଗଣନାରେ କୁଲଡିହା ଓ ନୀଳଗିରି ବନବିଭାଗ ପକ୍ଷରୁ ମୋଟ ୬୭ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ୭୫ ପ୍ରଜାତିର ପକ୍ଷୀଙ୍କୁ ଠାବ କରାଯିବା ଘଟଣା ନିଶ୍ଚିତ ପକ୍ଷୀପ୍ରେମୀ ଓ ବନବିଭାଗ ପାଇଁ ନୂଆ ଆଶା ସଞ୍ଚାର କରିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories