BJD Bijuli 480×75 Mob

ଝାରସୁଗୁଡ଼ା ଲହଣ୍ଡାବୁଡ୍‌ ଟିପିଏସ୍‌ଏଲ୍‌ କମ୍ପାନୀରେ ଅଘଟଣ, ବ୍ଲାଷ୍ଟ ଫର୍‌ନେସ୍‌ ଫାଟି ୭ ଶ୍ରମିକ ଗୁରୁତର

BJD Bijuli 480×75 Mob

ଝାରସୁଗୁଡ଼ା: ଝାରସୁଗୁଡ଼ା ଲହଣ୍ଡାବୁଡ୍‌ ଟିପିଏସ୍‌ଏଲ୍‌ କମ୍ପାନୀରେ ଅଘଟଣ ଘଟିଛି। ଟିଭିଏସ୍‌ଏସ୍‌ କମ୍ପାନୀରେ ବ୍ଲାଷ୍ଟ ଫର୍‌ନେସ୍‌ ଫାଟି ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଝାରସୁଗୁଡ଼ା ଓ ତା’ପରେ ଭର୍ତ୍ତି କରାଯାଇଛି।
ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଆଜି ସକାଳେ ବିସ୍ଫୋରଣ ଘଟିଥିଲା । ଉତ୍ତପ୍ତ ତରଳ ଲୁହା ରେ ସାତ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ସାଢ଼େ ୯ଟାରେ କାରଖାନାର ଥିବା ଝଗଝ ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ କାମ କରୁଥିବା ସାତ ଜଣ ଶ୍ରମିକଙ୍କ ଉପରେ ଉତ୍ତତ୍ପ ତରଳ ଲୁହା ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରବି ଶଙ୍କର, ଆନନ୍ଦ ସାହୁ, ଗଣେଶ ସ୍ବାଇଁ, ରଞ୍ଜିତ ସିଂହ, ସୁମନ୍ତ ମଝିଓ ସହଦେଵ ପଟେଲ। ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବର୍ଣ୍ଣ ୟୁନିଟ ନ ଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିବା ଝାରସୁଗୁଡ଼ା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଏହି ଘଟଣାରେ କାରଖାନା ଓ ବାଷ୍ପୀୟ ବିଭାଗ ସହକାରୀ ନିର୍ଦେଶକ ଅନିଲ ନନ୍ଦ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ କେଉଁ କାରଣରୁ ଦୁର୍ଘଟଣା ଘଟିଥିଲା ତାହାର ତଦନ୍ତ ରିପୋର୍ଟ ଦେବେ ବୋଲି ସୂଚନା ଦେଇ କହିଛନ୍ତି।

Comments are closed.