www.samajalive.in
Monday, December 8, 2025
14.1 C
Bhubaneswar

ଝାରସୁଗୁଡ଼ା ଜିଲାରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କାର୍ଡିଆକ୍‌ କେୟାର ହସ୍ପିଟାଲ୍‌

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ସଂପର୍କିତ ଏକ ସମୀକ୍ଷା ବୈଠକ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତା ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମାଙ୍କ ଉପସ୍ଥିିତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ୍‌ କେୟାର ହସ୍‌ପିଟାଲ୍‌ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ।୫ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରତିଷ୍ଠା ହେଉଥିବା ଏହି ହସ୍ପିଟାଲ୍‌ର ବ୍ୟୟ ଅଟକଳ ପ୍ରାୟ ୧୦୯ କୋଟି ଟଙ୍କା ହୋଇଥିବାବେଳେ ବିଲïିଂ ନିର୍ମାଣ କାର୍ଯ୍ୟ ଆସନ୍ତା ଅପ୍ରେଲ ୩୦ ତାରିଖ ସୁଦ୍ଧା ସଂପନ୍ନ ହେବ। ହସ୍ପିଟାଲ୍‌ର ପରିଚାଳନା ଦାୟିତ୍ୱରେ କେୟାର ହସ୍ପିଟାଲ ଥିବାବେଳେ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଥିବା ଏହି ହସ୍ପିଟାଲ୍‌ ମହାନଦୀ କୋଲ୍‌ ଫିଲïର ଆର୍ଥିକ ସହାୟତାରେ ନିର୍ମିତ। ଏହି ହସ୍ପିଟାଲ୍‌ର ନିର୍ମାଣ କାର୍ଯ୍ୟ ସହ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଡ୍ରେନେଜ୍‌ ଓ ସେ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସେହିପରି ବାହ୍ୟରାସ୍ତା, ଲ୍ୟାଣ୍ଡସ୍କେପ୍‌ ଡେଭ୍‌ଲପ୍‌ମେଣ୍ଟ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ତରଫରୁ କ୍ୟାଥ୍‌ ଲ୍ୟାବ୍‌ ପ୍ରତିଷ୍ଠା ପାଇଁ କ୍ରୟ ଆଦେଶ ଦିଆଯାଇଥିବାବେଳେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ଏହା ଯୋଗାଇ ଦିଆଯିବ । ଅନ୍ୟସବୁ ଆନୁଷଙ୍ଗିକ ମେଡିକାଲ ଯନ୍ତ୍ରପାତି ଓ ଉପକରଣ ଅପ୍ରେଲ ମାସ ସୁଦ୍ଧା ଯୋଗାଇ ଦିଆଯିବ।

ପ୍ରାୟ ୮ ଏକର ପରିମିତ ଜାଗାରେ ମେଡିକାଲର ଡାକ୍ତର, କର୍ମଚାରୀଙ୍କ କ୍ୱାଟର ଓ ନର୍ସିଂ ହଷ୍ଟେଲର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ । ସମସ୍ତ ନିର୍ମାଣ କାର୍ଯ୍ୟ ସରିବା ପରେ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ସମୟ ଲାଗିବ। ସେହିପରି ଝାରସୁଗୁଡ଼ାଠାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନସର କେୟାର ହସ୍ପିଟାଲ ପ୍ରତିଷ୍ଠା ହେବ । ପ୍ରାୟ ୧୬୯ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ହସ୍ପିଟାଲ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି । ପ୍ରାୟ ୬ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ୍‌ ପାଇଁ ଘରୋଇ ପରିଚାଳକଙ୍କ ପକ୍ଷରୁ ସମସ୍ତ ମେଡିକାଲ ଯନ୍ତ୍ରାଂଶ ଓ ଉପକରଣ ସ୍ଥାପିତ ହେବା ସହ ଡାକ୍ତର ଓ କର୍ମଚାରୀ ନିୟୋଜିତ କରାଯିବ । ଏହା ସହ ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ ଓ କ୍ୟାନସର କେୟାର ସର୍ଭିସ ଯୋଗାଇ ଦିଆଯିବ ।
ଅନ୍ୟ ପକ୍ଷରେ ସରକାରୀ ଓ ଘରୋଇ ସହଭାଗିତାରେ ସ୍ୱଳ୍ପ ଖର୍ଚ୍ଚରେ ରାଜ୍ୟର ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏକ ଯୋଜନା କରାଯାଇଛି, ଯାହା ଦ୍ୱାରା କି ଜଣେ ସାଧାରଣ ଲୋକକୁ ସୁହାଇଲା ଭଳି ସ୍ୱଳ୍ପ ଖର୍ଚ୍ଚରେ ଉତ୍ତମ ଗୁଣବତ୍ତାସଂପନ୍ନ ଚିକିତ୍ସା ସେବା ମିଳିପାରିବ । ଏଥି ପାଇଁ ଝାରସୁଗୁଡ଼ାଠାରେ ପୁରୁଣା ଜିଲ୍ଲା ସଦର ମହକୁମା ହସ୍ପିଟାଲ୍‌ ପରିସରରେ ୨ ଏକର ଜାଗା ଚିହ୍ନଟ କରାଯାଇଛି । ସରକାରୀ ଓ ଘରୋଇ ସହଭାଗିତାରେ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ଡିଏମ୍‌ଇଟି, ଡିଏଚ୍‌ଏସ୍‌ ଏବଂ ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଓ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories