www.samajalive.in
Sunday, December 7, 2025
26.1 C
Bhubaneswar

ଝାରସୁଗୁଡାରେ ରେଳ ମନ୍ତ୍ରୀ ; ଚା’ ପିଇବା ପରେ ଯାତ୍ରୀଙ୍କ ଭଲମନ୍ଦ ପଚାରି ବୁଝିଲେ

ଝାରସୁଗୁଡା : ଝାରସୁଗୁଡାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଝାରସୁଗୁଡା ରେଳ ଷ୍ଟେସନ ପରିଦର୍ଶନ ପରେ ମନ୍ତ୍ରୀ ସେଠାରେ ଦୋକାନୀଙ୍କ ଠାରୁ ଚା’ ପିଇଛନ୍ତି। ଚା’ ପିଇବା ପରେ ପ୍ରଶଂସା ମଧ୍ୟ କରିଛନ୍ତି। ରେଳଯାତ୍ରୀଙ୍କ ବିଷୟରେ ତଥା ଭଲମନ୍ଦ ମଧ୍ୟ ପଚାରି ବୁଝିଛନ୍ତି। ତାଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ,ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡ଼ା ଗସ୍ତରେ ଆସି ପୂର୍ବତଟ ରେଳବାଇ ଓ ଦକ୍ଷିଣ ପୂର୍ବ ରେଳମଣ୍ଡଳର ବିଭିନ୍ନ ପ୍ରକଳ୍ପର ସ୍ଥିତି ବିଷୟରେ ସମୀକ୍ଷା‌ କରିବା ସହ ଅଧୁରା ପ୍ରକଳ୍ପ ଗୁଡ଼ିକ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହାସହ ରେଳ ନିରାପତ୍ତା, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ସ୍ଥାନୀୟ ସ୍ବଳ୍ପରହଣୀ ଆବାସ(ସାର୍କିଟ ହାଉସ)‌ରେ ସ୍ଥାନୀୟ ଜନପ୍ରତିନିଧି, ନେତୃସ୍ଥାନୀୟ ବ୍ୟକ୍ତି ଓ ଉପରୋକ୍ତ ଦୁଇ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥି‌େ‌ଲ । ବୈଠକରେ ଓଡ଼ିଶା‌େ‌ର ରେଳବାଇର ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରିଥିବା ବେଳେ ବିଶେଷ କରି ଝାରସୁଗୁଡା ଅଞ୍ଚଳରେ ରେଳବାଇର ବିକାଶ, ଏକୀକୃତ ରେଳମଣ୍ଡଳ ପ୍ରସ୍ତାବ, ଐତିହ୍ୟସମ୍ପନ୍ନ ରେଳ ଷ୍ଟେସନର ମାନ୍ୟତା, ରେଳବାଇ ଉପରପୋଲ ଆଦି ସଂକ୍ରାନ୍ତରେ ଆଲାଚନା ହୋଇଥିଲା । ଏହାସହ ତାଲଚେର-ବିମଲାଗଡ଼ ରେଳପଥ ସଂପର୍କରେ ନେତୃବୃନ୍ଦ ଗୁରୁତ୍ବାରୋପ କରିଥିଲେ । ବୈଠକରେ ଉଭୟ ମଣ୍ଡଳର ଷ୍ଟେସନ ମାନଙ୍କରେ ଯାତ୍ରୀ ସୁବିଧା ସୁଧାରିବା ସହିତ ଭିତ୍ତିଭୂମି ବିକାଶ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଅନୁରୂପ ଭାବେ ସମ୍ପ୍ରତି ବିଭିନ୍ନ ସ୍ଥାନରେ ଜାରି ରହିଥିବା ରେଳପଥ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ‌ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପରେ ଚାପ ପକାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ, ଉଭୟ ମଣ୍ଡଳର ମଣ୍ଡଳାଧୀଶ, ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories