www.samajalive.in
Friday, December 5, 2025
27.1 C
Bhubaneswar

ସାବଧାନ ଏଟିଏମ୍‍ କାର୍ଡ ସ୍ୱାପ ଗ୍ୟାଙ୍ଗ ସକ୍ରିୟ

ସମ୍ବଲପୁର: ଦିନକୁ ଦିନ ଅଭିନବ ଉପାୟରେ ଠକେଇ କରାଯାଉଥିବା ବେଳେ ଏବେ ସମ୍ବଲପୁର ତଥା ଆଖପାଖର ପଡୋଶୀ ଜିଲା ଗୁଡିକରେ ଏଟିଏମ କାର୍ଡ ସ୍ୱାପ ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ପୁଲିସ ସୁଚନା ଅନୁଯାୟୀ, କିଛି ବ୍ୟକ୍ତି ଏଟିଏମ୍‍ ଗୁଡିକରେ ସରଳ ଓ ବରିଷ୍ଠ ନାଗରିକ ତଥା ଯେଉଁ ବ୍ୟକ୍ତି ଏଟିଏମ୍‍ କାରବାର କରିବାରେ ଅନଭିଜ୍ଞ ସେହି ମାନଙ୍କୁ ଏହି ଠକମାନେ ବିଶେଷ ରୂପେ ଟାର୍ଗେଟ କରୁଛନ୍ତି । ଉକ୍ତ ବ୍ୟକ୍ତିମାନେ ସଙ୍ଗଠିତ ରୂପେ ଏଟିଏମ୍‍ କାର୍ଡ ଧାରୀଙ୍କୁ କଥା ଛଳରେ ଟଙ୍କା ଲେଣଦେଣ ଏଟିଏମରେ କରିବାର ସହାୟତା ବାହାନାରେ ସେମାନଙ୍କର କାର୍ଡ ଓ ଗୁପ୍ତ ସଂଖ୍ୟାକୁ ନେଇ ଅନ୍ୟ କାର୍ଡ ଧରାଇ ଦେଉଛନ୍ତି । ଏହାର କିଛି ସମୟ ପରେ ଠକି କି ନେଇଥିବା ଅନ୍ୟ ଏଟିଏମକୁ ଯାଇ ଉକ୍ତ କାର୍ଡ ଜରିଆରେ ଟଙ୍କା ଉଠାଣ କରି ଫେରାର ମାରୁଛନ୍ତି ।
ଏଭଳି ଏକ ମାମଲାର ସିସିଟିଭି ଫୁଟେଜ ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ ହେଉଥିବାବେଳେ ଉକ୍ତ ଫୁଟେଜରେ ଏଟିଏମ୍‍ କାର୍ଡ ଠକ ଜଣେ ମହିଳାଙ୍କୁ ଟାର୍ଗେଟ କରୁଥିବାର ସ୍ପଷ୍ଟ ଦେଖାଯାଉଛି । ଏଭଳି ଠକମାନଙ୍କ ଠାରୁ ନିଜେ ସଚେତନ ହୋଇ ରହି ପାରିଲେ ଠକେଇ ହେବାରୁ ଜନତା ବର୍ତ୍ତି ପାରିବେ । ଏଟିଏମରେ କାରବାର ଜାଣି ନ ଥିଲେ, ଅଜଣା ବ୍ୟକ୍ତିଙ୍କ ଠାରୁ ସହାୟତା ନନେଇ
ବ୍ୟାଙ୍କ ଅଧିକାରୀ କିମ୍ବା ବ୍ୟାଙ୍କର ସହାୟତ ନେବା ଉଚିତ ବୋଲି ସମ୍ବଲପୁର
ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories