ଝାରସୁଗୁଡ଼ାରୁ ଆଉ ଦୁଇ ସହରକୁ ଉଡ଼ିବ ବିମାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସହରକୁ ବିମାନ ଉଡ଼ିବାକୁ ଯାଉଛି । ଏନେଇ ବୁଧବାର ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକ ନିଷ୍ପତ୍ତି ନେଇଛି । ଏହି ବୈଠକରେ କଲକାତା ଏବଂ ବେଙ୍ଗଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଥିଲା । ଅନ୍ୟପକ୍ଷରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ଖୁବ ଶୀଘ୍ର ତ୍ୱାରାନିତ ହେବବୋଲି ଆଲୋଚନା ହୋଇଛି । ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫ କୋଟିର ଟେଣ୍ଡର ସରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଏହି ସୂଚନା ଦେଇଛନ୍ତି ।