www.samajalive.in
Monday, December 8, 2025
27.1 C
Bhubaneswar

ଜେଟ୍‌ ଏୟାରୱେଜ୍‌ର ୭୫% ଅଂଶଧନ ବିକ୍ରି ହେବ; ୨୩୦୦୦ କର୍ମଚାରୀ ଚାକିରି ହରାଇବା ଆଶଙ୍କା

ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜ୍‌ ଋଣଭାରରେ ବୁଡିଛି। ସଂସ୍ଥା ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରିଛି। ସ୍ଥିତିରେ ସୁଧାର ଆଣିବା ଲାଗି ସଂସ୍ଥାକୁ ବର୍ତ୍ତମାନ ପ୍ରାୟ ୮୫୦୦ କୋଟି ଟଙ୍କା ଆବଶ୍ୟକ ପଡୁଛି। ଏଭଳି ସ୍ଥିତିରେ ଋଣଦାତାମାନେ ଋଣ ଅସୁଲ ପାଇଁ ସଂସ୍ଥାର ୭୫% ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଋଣଦାତାଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜେଟ୍‌ ଏୟାରୱେଜ ବିକ୍ରି ହୋଇଗଲେ ପାଖାପାଖି ୨୩ ହଜାର କର୍ମଚାରୀ ଚାକିରି ହରାଇବା ଆଶଙ୍କା ରହିଛି।

ସଂସ୍ଥାକୁ ଅଧିକ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୋମବାର ଏକ ବିବୃତିରେ ଏ ସମ୍ପର୍କରେ ଘୋଷଣା କରିଛି। ନିଲାମ ପାଇଁ ଆଗ୍ରହୀ ବ୍ୟକ୍ତି ବା ସଂସ୍ଥା ଆସନ୍ତା ୧୦ ତାରିଖ ସୁଦ୍ଧା ନିଲାମ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଇଚ୍ଛୁକ ନିଲାମଧାରୀଙ୍କର ୧ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବ କିମ୍ବା ଏୟାରଲାଇନ ବ୍ୟବସାୟରେ ଅତି କମରେ ୩ ବର୍ଷର ଅଭିଜ୍ଞତା ରହିଥିବ ବୋଲି ଦର୍ଶାଯାଇଛି।

- Advertisement -

ଏକଦା ଜେଟ୍‌ ଏୟାରୱେଜ୍‌ ଭାରତର ୨ୟ ବୃହତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ  ବିଗତ ୧୧ ବର୍ଷ ମଧ୍ୟରୁ ୯ ବର୍ଷ ଏହି ସଂସ୍ଥା କ୍ଷତିରେ ଚାଲିଆସୁଛି। ସଂସ୍ଥା ବ୍ୟାଙ୍କ ଋଣ ପରିଶୋଧ ଏବଂ କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ କରୁଛି। କ୍ଷତି ଯୋଗୁ ସଂସ୍ଥାର ବିମାନ ସଂଖ୍ୟା ୧୨୪ରୁ ୨୬କୁ ଖସିଆସିଥିବାବେଳେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ମଧ୍ୟ ସଂସ୍ଥା ଉପରୁ ନିଜର କ୍ଷମତା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି। ଏହାର କିଛି ଅଂଶ ଆବୁଧାବିର ଇତିହାଦ ଏୟାରୱେଜ ପିଜେଏସସି ଅଧୀନରେ ରହିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories