www.samajalive.in
Thursday, December 11, 2025
15.1 C
Bhubaneswar

ଆଜିଠୁ ଜେଇଇ ମେନ୍‍ ପରୀକ୍ଷା

ଭୁବନେଶ୍ୱର: ନ୍ୟାସ୍‍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‍ଟିଏ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‍ ଏପ୍ରିଲ/ସେପ୍ଟେମ୍ବର ସେକ୍ସନ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଏହି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଜାତୀୟସ୍ତରରେ ୯,୫୩, ୪୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରି ଥିବାବେଳେ ରାଜ୍ୟରୁ ୩୮,୨୩୬ ଜଣ ବିଦ୍ୟାର୍ଥୀ ଅଛନ୍ତି। ତେବେ କମ୍ପ୍ୟୁଟର ବେସ୍‍ ଟେଷ୍ଟ (ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ। ଏଥିପାଇଁ ଦେଶ ଓ ବିଦେଶରେ ୬୬୦ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ରାଉରକେଲା ଏବଂ ବାଲେଶ୍ୱର ସହରରେ ସମୁଦାୟ ୨୬ଟି ପରୀକ୍ଷା କେନ୍ଦ୍ର ହୋଇଛି। ୩୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ବିଦ୍ୟାର୍ଥୀ ଭୁବନେଶ୍ୱରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ବି. ଆର୍କ, ବି. ପ୍ଲାନ୍‍, ବି.ଇ ଏବଂ ବି.ଟେକ୍‍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିଥାଏ। କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ସାନିଟାଇଜ୍‍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷାର୍ଥୀ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ। ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କ ଶରୀର ତାପମାତ୍ରା ମାପ ଏବଂ ହାତକୁ ସାନିଟାଇଜ୍‍ କରାଯିବ। କେନ୍ଦ୍ରରେ ପଡ଼ିଥିବା ଚୌକି, ଟେବୁଲ, କମ୍ପ୍ୟୁଟର ସାନିଟାଇଜ୍‍ ହେବ। ଗୋଟିଏ ସିଟ୍‍ରୁ ଆଉ ଗୋଟିଏ ସିଟ୍‍ର ଦୂରତ୍ୱ ଦୁଇଗଜ ରହିବ। ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧି ପରୀକ୍ଷା ଦେବେ ବୋଲି ଏନ୍‍ଟିଏ କୋଭିଡ-୧୯ କଟକଣାକୁ ନେଇ ପ୍ରସ୍ତୁତ ପରୀକ୍ଷା ପରିଚାଳନା ନିୟମାବଳୀରେ ଉଲ୍ଲେଖ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories