www.samajalive.in
Wednesday, December 10, 2025
18.1 C
Bhubaneswar

୬୬୦ଟି କେନ୍ଦ୍ରରେ ଆରମ୍ଭ ହେଲା ଜେଇଇ ମେନ ପରୀକ୍ଷା

ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‍) ଆଜି ଆରମ୍ଭ ହୋଇଛି। ୯ ଲକ୍ଷ ୫୩ ହଜାର ୪୭୩ ଜଣ ପରୀକ୍ଷାର୍ଥୀ ଏହି ଜେ.ଇ.ଇ ମେନ୍‍ ପରୀକ୍ଷା ଦେବାପାଇଁ ପଞ୍ଜିକୃତ ହୋଇଛନ୍ତି। ଆଜିଠାରୁ ଆସନ୍ତା ୬ ତାରିଖ ମଧ୍ୟରେ ଦେଶର ୬୬୦ଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହେଉଛି। ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ସରକାର ପରୀକ୍ଷାର୍ଥୀମାନଙ୍କ ଯାତାୟାତ ପାଇଁ ମାଗଣା ପରିବହନ ବ୍ୟବସ୍ଥା କରିଛନ୍ତି। ଆଇ.ଆଇ.ଟି ଗୁଡ଼ିକର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା ଏକ ପୋର୍ଟାଲ ଆରମ୍ଭ କରାଯାଇଛି। ଯେଉଁଥିରେ ଅନଗ୍ରସର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ପରିବହନ ସୁବିଧା ଯୋଗାଇ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବାପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଜାତୀୟ ପରୀକ୍ଷା ସଂସ୍ଥା ମହାନିର୍ଦ୍ଦେଶକ ବିନିତ ଯୋଶୀ କହିଛନ୍ତି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଶାରିରୀକ ଦୂରତା ବଜାୟ ରଖିବା ଓ ଅନ୍ୟାନ୍ୟ ସୁରକ୍ଷା ଯୋଗାଇଦେବାକୁ ଏକ ବ୍ୟାପକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ଗ୍ରହଣ କରାଯାଇଛି।

- Advertisement -

ଚଳିତ ଥର କରୋନା କାରଣରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଛି। ପ୍ରତି ସିଫ୍ଟରେ ୮୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା କରାଯାଉଛି। ଏଥର ଓଡ଼ିଶାରୁ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍‍ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଭୁବନେଶ୍ୱର ସହରରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ୨୦ଟି କେନ୍ଦ୍ର ହୋଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories