www.samajalive.in
Saturday, December 6, 2025
26.1 C
Bhubaneswar

୬ ଦିନିଆ ବ୍ରିଟେନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ଠାରୁ ୬ଦିନିଆ ବ୍ରିଟେନ ଓ ଆୟର୍ଲାଣ୍ଡ ଗସ୍ତ କରିଛନ୍ତି। ଜୟଶଙ୍କର ପ୍ରଥମ ପର୍ଯ୍ୟାୟରେ ବ୍ରିଟେନ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କ ସହିତ ଉଚ୍ଚସ୍ତରୀୟ ଜରୁରୀ ବୈଠକରେ ଯୋଗ ଦେବେ। ଏହି ବୈଠକରେ ୟୁରୋପୀୟ ୟୁନିୟନର ନେତାମାନେ ମଧ୍ୟ ଯୋଗ ଦେବେ ଯେଉଁଥିରେ ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଆଲୋଚନା କରାଯିବ। ବିଶେଷକରି ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ପ୍ରତି ସମର୍ଥନ ବ୍ୟକ୍ତ ଲାଗି ଭାରତ ସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଆଲୋଚନା କରିବେ। ଯୁଦ୍ଧ ବନ୍ଦକୁ ନେଇ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଟ୍ରମ୍ପଙ୍କ ସହିତ ଜେଲେନସ୍କିଙ୍କ ବିବାଦ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ଏକ ବଡ କୂଟନୈତିକ ପ୍ରସଙ୍ଗ ପାଲଟିଛି। ଯୁଦ୍ଧ ବ୍ୟତୀତ ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗରେ ଜୟଶଙ୍କର ବ୍ରିଟେନ ପ୍ରତିପକ୍ଷ ଡାଭିଡ୍ ଲାମି ଓ ଅନ୍ୟ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କରିବେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories