www.samajalive.in
Monday, December 8, 2025
13.1 C
Bhubaneswar

ଇଞ୍ଜଣାରେ ଭାଗବତ ଯାତ୍ରା ମହୋତ୍ସବ ଉଦ୍ଘାଟିତ, ସୁସଜ୍ଜିତ ବିମାନରେ ବସାଇ ଗୋସେଇଁଙ୍କୁ ଗ୍ରାମ ପରିକ୍ରମା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମରେ ଗ୍ରାମ ମଙ୍ଗଳ କମିଟି ପକ୍ଷରୁ ଆୟୋଜିତ ଭାଗବତ ଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଗ୍ରାମର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ। ଗ୍ରାମ ମଙ୍ଗଳ କମିଟି ପକ୍ଷରୁ ଗାଁ ମୁଣ୍ଡରେ ବିଧାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।

ଏହି ଅବସରରେ ବିଧାୟକ ଶ୍ରୀ ରାଉତ କହିଥିଲେ ଯେ ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଇଞ୍ଜଣା ଗ୍ରାମବାସୀ ମାନେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଏମିତି ଭାଇଚାରା ବଜାୟ ରଖିଲେ ଗ୍ରାମର ଉନ୍ନତି ହେବା ସହିତ ଗ୍ରାମ ବହୁ ଆଗକୁ ବଢିବ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଜିଲା ପରିଷଦଙ୍କ ପ୍ରତିନିଧି ନିର୍ମଳ ରାଉତ, ସରପଞ୍ଚ ହେମନ୍ତ କୁମାର ପରିଡା ଓ ଗ୍ରାମର ମୁରବୀମାନେ ଯୋଗ ଦେଇଥିଲେ।

- Advertisement -

ଆଜି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଭାଗବତ ଗୋସେଇଁଙ୍କ ପୁଜାର୍ଚ୍ଚନା କରି ପଞ୍ଚଭୋଗ ଅର୍ପଣ କରିଥିଲେ। ସୁସଜ୍ଜିତ ବିମାନରେ ବସାଇ ଗୋସେଇଁଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ବାଦ୍ୟ, ଘୋଡାନାଚ, ଷଣ୍ଢନାଚ, ରାଧାକୃଷ୍ଣ ନାଚ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହି ଅବସରରେ ତିନିଦିନ ଧରି ତୁଳସୀ ଗଣନାଟ୍ୟ ଦ୍ୱାରା ଯାତ୍ରା ପରିବେଷଣ କରାଯିବ। ଗ୍ରାମ ମଙ୍ଗଳ କମିଟିର କର୍ମକର୍ତ୍ତା ଓ ଗାଁ ର ସମସ୍ତ ମୁରବୀମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମ୍ପାଦକ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories