www.samajalive.in
Friday, December 12, 2025
19.1 C
Bhubaneswar

ଜଟଣୀବାସୀଙ୍କ ସମସ୍ୟା ନେଇ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଲେ ସାଂସଦ ଓ ବିଧାୟକ

ଭୁବନେଶ୍ୱର: ଦୀର୍ଘଦିନ ଧରି ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ନିଜର ସ୍ଥିତବାନ ଜମି ପାଇଁ ଭୋଗୁଥିବା ସମସ୍ୟାକୁ ନେଇ ବୁଧବାର ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଛନ୍ତି। ଜଟଣୀବାସୀଙ୍କ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀର ୩୬ଟି ଗାଁରେ ପ୍ରାୟ ୩ ଲକ୍ଷ ଲୋକଙ୍କ ସ୍ଥିତବାନ ଜମି ସେମାନଙ୍କ ପାଖକୁ ଆସିପାରି ନାହିଁ। ଏହି ମାମଲାରେ ଲୋକେ କୌଣସିପ୍ରକାର ସାହାଯ୍ୟ ପାଇପାରୁ ନଥିବା କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ବାରମ୍ବାର ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ହେଲା ସୁଫଳ ମିଳିନଥିଲା । ଏନେଇ ହାଇକୋର୍ଟରେ ଏକ ରିଟ୍ପିଟିସନ୍ ଦାଖଲ ହୋଇଥିଲା। ହାଇକୋର୍ଟ ଉଭୟ ପକ୍ଷକୁ ଶୁଣି ମାମଲାର ସମାଧାନ କରିବା ପାଇଁ ବୋର୍ଡ଼ ଅଫ୍ ରେଭିନ୍ୟୁକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ଜମି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥିପାଇଁ ହାଇକୋର୍ଟ ୬ମାସ ସମୟ ଦେଇଥିଲେ। ଆସନ୍ତା ୧୨ତାରିଖରେ ହାଇକୋର୍ଟ ଦେଇଥିବା ସମୟ ସୀମା ଶେଷ ହେଉଛି। ତେଣୁ ବୁଧବାର ବିଧାୟକ ଏବଂ ସାଂସଦ ଏକାଠି ହୋଇ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଥିଲେ। ଦିର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଥାଶିଘ୍ର ଏହି କାମକୁ ତ୍ୱରାନିତ କରିବାପାଇଁ ସାଂସଦ ନିବେଦନ କରିଥିଲେ। ଖୁବ୍ ଶୀଘ୍ର ଏଦିଗରେ କାମ କରାଯିବ ବୋଲି ରାଜସ୍ୱ ପରିସଦ ସଭ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories