www.samajalive.in
Saturday, December 6, 2025
26.1 C
Bhubaneswar

ଭିନ୍ନ ଏକ ଗ୍ରାହକ ସେବା କେନ୍ଦ୍ର ଉଦ୍‍ଘାଟିତ

ବାଲିଗୁଡ: ବାଲିଗୁଡା ସହରରେ ଭିନ୍ନ ଏକ ଜନସେବା କେନ୍ଦ୍ର ସ୍ଥାନୀୟ ଲକ୍ଷ୍ମୀ ମାର୍କେଟର ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଏକ ଗୃହରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧକ୍ଷ ଲୋକନାଥ ପାଢୀ ଓ ମା ପାଟଖଣ୍ଡା ଦୁର୍ଗାପୁଜା ସମିିତିର ସମ୍ଫାଦକ ଟି ଶ୍ରିନିବାସ ରାଓ ଯୋଗଦେଇଥିଲେ। ଏହି ଜନସେବା କେନ୍ଦ୍ରରେ ଖାଲି ଗୋଟିଏ ବ୍ୟାଙ୍କ ନୁହଁ ତିରିଶିରୁ ଅଧିକ ବ୍ୟାଙ୍କ ଯେପରିକି ଏସବିଆଇ,ଏକ୍ସିସ,ପନଜାବ ନ୍ୟାସନାଲ ବ୍ୟାଙ୍କ,ଅନ୍ଧ୍ରାବ୍ୟାଙ୍କ ଏହିଭଳି ବହୁ ବ୍ୟାଙ୍କର ଟଙ୍କା ଉଠାଣ, ଜମା, ଯେ କୌଣସି ବ୍ୟାଙ୍କର ଅନଲାଇନରେ ନୁଆଖାତା ଇତ୍ୟାଦି ସବୁ ବ୍ୟାଙ୍କ ବାବଦୀୟ ସମସ୍ତ କାର୍ଯ୍ୟ ସହିତ ବିଭିନ୍ନ ବିଲର ଦେୟ, ଇନସୁରେନ୍ସ ପ୍ରିମିୟମ, ପାନ କାର୍ଡ, ଟ୍ରେନ ଓ ଉଡାଜାହାଜ ଟିକଟ ଆଦି କାର୍ଯ୍ୟ ହୋଇ ପାରିବ। ଏହି ଜନସେବା କେନ୍ଦ୍ରକୁ ଗୌରହରୀ ଦାସ ପରିଚାଳନା କରିବେ ଓ ଜନତାଙ୍କୁ ଭଲରେ ସେବା ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ଉଦଘାଟନୀ ଉତ୍ସବରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories