www.samajalive.in
Monday, December 8, 2025
27.1 C
Bhubaneswar

୨ କରୋନା ଯୋଦ୍ଧାଙ୍କ ସମେତ ୪୬ ସଂକ୍ରମିତ, ସ୍ୱର୍ଗତଃ କୋଭିଡ଼୍‍ ଯୋଦ୍ଧାଙ୍କୁ ଦିଆଗଲା ଶେଷ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜଣେ ପୁଲିସ କର୍ମଚାରୀଙ୍କ ସମେତ ୨ ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ଜିଲ୍ଲାରେ ମୋଟ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪୧ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୧୪୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ରେ ରହିଛି। ଆଉ ୨୬୪ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଏବଂ ଗ୍ରାମାଂଚଳରେ ୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡା ଅଂଚଳରେ ୩ଜଣ, ଚକାପାଦର ୩ ଜଣ, ଘୁ.ଉଦୟଗିରି ଅଂଚଳରେ ୮ ଜଣ, କ.ନୁଆଗାଁର ଜଣେ, ଖଜୁରିପଡାର ୭ଜଣ, କୋଟଗଡରେ ଜଣେ, ରାଇକିଆର ୭ ଜଣ, ଫିରିଙ୍ଗିଆର ୩ଜଣ, ଟିକାବାଲିର ୪ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ଆଶା ସଂଯୋଜକ ତଥା କରୋନା ଯୋଦ୍ଧା ସ୍ୱର୍ଗତଃ ଶ୍ରୀଧର ସ୍ୱାଇଁଙ୍କୁ ଆଜି ଶେଷ ସମ୍ମାନ ନିଜ ଜିଲା ନୟାଗଡ଼ରେ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଆଜି ପୁଲିସ୍‍ ତାଲିମ୍‍ କେନ୍ଦ୍ରଠାରେ ଗାର୍ଡ଼ ଅଫ୍‍ ଅନର ପ୍ରଦାନ କରଯାଇଥିଲା। ଏହି ଅବସରରେ ନୟାଗଡ଼ ଜିଲାପାଳ ଡ଼ାକ୍ତର ପୋମା ଟୁଡ଼ୁ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବଙ୍କର, ଡ଼ିଏଫ୍‍ଓ ଧନରାଜ ଏଚ୍‍, ନୟାଗଡ଼ ପୁଲିସ୍‍ ତାଲିମ୍‍ କେନ୍ଦ୍ରର କମାଣ୍ଟେଟ୍‍ ଉବେଶ କୁମାର ନାୟକ, ଜିଡ଼ିଏମ୍‍ଓ ଏସ୍‍ଏସ୍‍ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳକ ଅଦୈତ କୁମାର ପ୍ରଧାନ, ଗୋଷ୍ଠି ସହ ଭାଗିତା କାର୍ଯ୍ୟକ୍ରମ ଅଧିକାର ସୁଶାନ୍ତ ନାୟକ, କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ମିଶନ ପରିଚାଳକ ମନୋରଂଜନ ସାହୁ, ଗାଁ କଲ୍ୟାଣ ସମିତି ପରିଚାଳକ ଦୁସମନ୍ତ ସୁତାର, ନିଗମାନନ୍ଦ ରାଉତ, ଗୋବିନ୍ଦ ଜେନା, ଦିପ୍ତି ରଂଜନ ପଟନାୟକ, ଶଶାଙ୍କ ଶେଖର ପ୍ରଧାନ, ବ୍ରଜ କିଶୋର ପ୍ରମୁଖ ଉପସ୍ଥିତ ରହି ଯୋଦ୍ଧାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଆଜି କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହଠାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ୱାବଧାନରେ ନୀରବ ପ୍ରାର୍ଥନା କରିବା ସହିତ ଜିଲାର ପ୍ରତ୍ୟେକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନୀରବ ପ୍ରାର୍ଥନା କରାଯାଇଥିଲା।

- Advertisement -

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories